ପିସି ଦେଇ ଲୋକସଭା ଆସନ ପ୍ରାର୍ଥୀ ନଳୀନକାନ୍ତ ପ୍ରଧାନ

ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ନଳିଳୀ କାନ୍ତ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହାଦ୍ୱାରା ନଳିନୀଙ୍କ ପ୍ରତି ବିଜେଡିର ଅନୁକଂପା ପ୍ରମାଣିତ ହେଲା ବୋଲି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନଳିଳୀ ପୂର୍ତ୍ତ ସଚିବ ଥିବା ବେଳେ ସେ ପ୍ରଶାସନର କମ୍, ବିଜେଡି ପାଇଁ ଅଧିକ କାମ କରୁଥିଲେ। ନଳିନୀଙ୍କ ସମୟରେ ହିଁ ରାଜ୍ୟରେ ସବୁଠାରୁ ଅଧିକ ପୋଲ ଭୁଶୁଡ଼ି ଥିଲ। ତା’ଛଡ଼ା ପୂର୍ତ୍ତ ବିଭାଗର ୧୫ ଶହ କୋଟି ଟଙ୍କାର କାମ ଇ-ଟେଣ୍ଡର କରାଯାଇନଥିଲା ବୋଲି କଂଗ୍ରେସ୍ ଅଭିଯୋଗ କରିଛି।

ନଳିନୀ ବିଜେଡିକୁ ଅଘୋଷିତ ପିସି ପ୍ରଦାନ କରି ପୁରସ୍କୃତ ହୋଇଥିବା ସତ୍ୟ ପ୍ରକାଶ କହିଛନ୍ତି। ତେବେ ଏ ସଂପର୍କରେ ନଳିନୀ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ବିଜେଡି ମୁଖପାତ୍ର ଅଭିଯୋଗକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published.