ଟିକଟ ବଣ୍ଟାକୁ ନେଇ କଂଗ୍ରେସରେ ବି କନ୍ଦଳ ଚରମରେ

ଟିକଟ ବଣ୍ଟନରେ ଅହେତୁକ ବିଳମ୍ୱ ଓ ପ୍ରାର୍ଥୀ ଚୟନ ବେଳେ ବିଜୟ ସମ୍ଭାବନା ଥିବା ନେତାଙ୍କୁ ଟିକଟ ଦିଆଯାଉ ନଥିବା ଅଭିଯୋଗ କରି କଂଗ୍ରେସ ଭିତରେ ପ୍ରବଳ ଉେତ୍ତଜନା ପ୍ରକାଶ ପାଉଛି। ଟିକଟ ପାଉ ନଥିବା ଆଶାୟୀ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ କଂଗ୍ରେସ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଉଛନ୍ତି।

ଶୁକ୍ରବାର ରାତିରେ ଦଳର ଯେଉଁସବୁ ଆସନରେ ପ୍ରାର୍ଥୀ ଘୋଷିତ ହେଲେ ତାହାକୁ ନେଇ ଶନିବାର ପ୍ରତିବାଦ ଦେଖିବାକୁ ମିଳିଛି। ଟିକଟ ବଣ୍ଟାକୁ ନେଇ କୋରାପୁଟ, ଝାରସୁଗୁଡ଼ା ଓ ବାଲେଶ୍ୱର କଂଗ୍ରେସରେ ତୀବ୍ର ମତଭେଦ ଦେଖିବାକୁ ମିଳିଛି। ଦଳୀୟ ନେତୃତ୍ୱ ବିରୋଧରେ ରଣହୁଙ୍କାର ଦେଇ ଟିକଟ ପାଇ ନଥିବା ଆଶାୟୀଙ୍କ ସମର୍ଥକମାନେ ଲଙ୍କାକାଣ୍ଡ ସୃଷ୍ଟି କରିଛନ୍ତି।

ଟିକଟ ଘୋଷଣା ହେବା ପରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି। କୋରାପୁଟ ଲୋକସଭା ଆସନ ପାଇଁ ପ୍ରଫୁଲ୍ଲ ଭଦ୍ରାଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଆଶା କରିଥିଲା। ତାଙ୍କୁ ଟିକଟ ଦିଆ ନଯିବା ପଛରେ ଦଳୀୟ ନେତାଙ୍କ ଚକ୍ରାନ୍ତ ଥିବାରୁ ଏଠାରେ ଘୋଷିତ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି ବୋଲି ବାହିନୀପତି ଅଭିଯୋଗ କରିଛନ୍ତି। ଟିକଟ ବଣ୍ଟନ ସମୟରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ସୁଯୋଗ ନମିଳିବା ଦଳ ପାଇଁ ଭଲ ଖବର ନୁହେଁ ବୋଲି ତାରା ଖୋଲାଖୋଲି ଅଭିଯୋଗ କରିଛନ୍ତି।

ବାଲେଶ୍ୱରର ନୀରଗିରି ଆସନ ପାଇଁ ଶନିବାର ଦିନ ମନୋଜାମଞ୍ଜରୀ ଦେବୀଙ୍କୁ ପ୍ରାର୍ଥୀ କରାଯିବା ପରେ ଶନିବାର ଦିନ ଦଳୀୟ କର୍ମ ସମାବେଶରେ ଲଙ୍କାକାଣ୍ଡ ସୃଷ୍ଟ ହୋଇଛି। ଘୋଷିତପ୍ରାର୍ଥୀଙ୍କୁ ବିରୋ କରି କର୍ମ ସମ୍ମିଳନୀରେ ଦୁଇଗୋଷ୍ଠୀ ହାତାହାତି ହୋଇଛନ୍ତି। ଚିତ୍ତ ଷଡ଼ଙ୍ଗୀଙ୍କ ସମର୍ଥକମାନେ ମନୋଜାମଞ୍ଜରୀଙ୍କ ସମର୍ଥକଙ୍କୁ ମାଡ଼ ମାରିବା ସହ କାର୍ଯ୍ୟାଳୟକୁ ଭାଙ୍ଗିରୁଜି ନଷ୍ଟ କରିଦେଇଛନ୍ତି। ଚିତ୍ତ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯିବା ଦାବିରେ ଏଭଳି ଘଟଣା ଦେଖିବାକୁ ମିଳିଛି। କିନ୍ତୁ ରାଣୀ ଏହି ବିବାଦକୁ ଥମେଇବାରେ ସଫଳ ହୋଇଛନ୍ତି। ଚିତ୍ତ, ଅକ୍ଷୟ ଓ ଶରତଙ୍କ ଭିତରୁ କିଏ ପ୍ରାର୍ଥୀ ହେବ ସ୍ଥିର କରନ୍ତୁ, ମୁଁ ଓହରିଯିବି ବୋଲି କହିବାରୁ ବିରୋଧୀ କର୍ମୀମାନେ ସେଠାରୁ ଚାଲିଯାଇଥିବା ଖବର ମିଳିଛି।

ସେହିଭଳି ଝାରସୁଗୁଡ଼ା ଆସନରେ କଂଗ୍ରେସର ପୁରୁଣ ନେତାମାନଙ୍କୁ ସୁଯୋଗ ମିଳି ନଥିବାରୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆକରି ଦଳକୁ ଆସିଥିବା ମହେନ୍ଦ୍ର ନାୟକଙ୍କୁ ଟିକଟ ମିଳିବା ପରେ ଦଳୀୟ ସମର୍ଥକମାନେ ପ୍ରତିବାଦରେ ଜିଲ୍ଲା କଂଗ୍ରେ କାର୍ଯ୍ୟାଳୟରେ ତାଲା ପକା ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏପରି କି ଉତ୍ୟକ୍ତ କର୍ମୀମାନେ ହେମାନନ୍ଦ ବିଶ୍ୱାଳଙ୍କୁ ଦାୟୀ କରି ସେଠାରେ କୁଶପୁତ୍ତଳିକା ଦାହ କରିଛନ୍ତି।

କଂଗ୍ରେସ ଦଳରେ ମନାମାନିରେ ଟିକଟ ବଣ୍ଟାଯାଉଥିବା ଅଭିଯୋଗ କରି ଏହି କର୍ମୀମାନେ ଦୀର୍ଘ ସମୟ ଧରି ଝାରସୁଗୁଡ଼ା କଂଗ୍ରେ କାର୍ଯ୍ୟାଳୟକୁ ନିଜ କବଜାକୁ ନେଇ ଭଙ୍ଗାରୁଜା କରିଥିଲେ।

ଦଳରେ ଟିକଟ ବଣ୍ଟା ଅଡ଼ୁଆ ଛିଣ୍ଡୁ ନଥିବାରୁ ଚାରିଆଡେ଼ ବିଦ୍ରୋହ ବଢ଼ିବଢ଼ି ଚାଲିଛି। କେତେକ ସ୍ଥାନରେ ଏପରି ସ୍ଥିତି ଦଳକୁ ଅଡ଼ୁଆରେ ପକାଇଛି। ମୋହନ ନିର୍ବାଚନମଣ୍ଡଳୀରେ ମଧ୍ୟ ସମା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଆସିଛି।

Leave a Reply

Your email address will not be published.