ଅକ୍ଷୟ କୁମାରଙ୍କ ସହ ଏକାଠି ଅଭିନୟ ପାଇଁ ଶାହରୁଖ୍‌ଙ୍କ ସର୍ତ୍ତ କ’ଣ, ଜାଣନ୍ତୁ

ବଲିଉଡ ଆଗଧାଡ଼ିର ନାୟକଙ୍କ ମଧ୍ୟରେ ବାଦ୍ଶାହ ଶାହରୁଖ୍ ଓ ଖିଲାଡ଼ି କୁମାର ଅକ୍ଷୟଙ୍କ ଚର୍ଚ୍ଚା ସବୁବେଳେ ଆଗରେ । ‘ଓଁ ଶାନ୍ତି ଓଁ’ ଓ ‘ହେ ବେବି’ ପରଠାରୁ ଏହି ଦୁଇ ନାମୀ ତାରକା ଅନ୍ୟ କୌଣସି ଫିଲ୍ମରେ ଏକାଠି ଅଭିନୟ କରିନାହାନ୍ତି । ତେଣୁ ନିକଟରେ ଆୟୋଜିତ ଏକ ଫିଲ୍ମ ଇଭେଣ୍ଟରେ ଶାହରୁଖଙ୍କୁ ଏ ସମ୍ପର୍କିତ ଏକ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନ ଥିଲା – ‘ଆପଣ ଅକ୍ଷୟଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିବାକୁ ଚାହାନ୍ତି କି?’ ।

ଏହାର ଉତ୍ତରରେ ଶାହରୁଖ୍ କହିଥିଲେ ଯେ – ‘ଅକ୍ଷୟଙ୍କ ସହିତ କାମ କରିବା ପାଇଁ ମୋର ଗୋଟିଏ ସର୍ତ୍ତ ଅଛି । ଯଦି ସେ ସର୍ତ୍ତ ପୁରଣ ହେବ, ତାହେଲେ ଦର୍ଶକ ଆମ ଦୁହିଁକୁ ପୁଣିଥରେ ଏକାଠି ପରଦା ଉପରେ ଦେଖିପାରିବେ’ । ତେବେ କହିରଖୁଛୁ ଶାହରୁଖଙ୍କ ସର୍ତ୍ତ ହେଉଛି – ଟାଇମିଙ୍ଗ୍ ।

ମିଡିଆ ରିପୋର୍ଟ ଅନୁଯାୟୀ ବାଦଶାହ ଶାହରୁଖ୍ କହିଥିଲେ ଯେ – ମୋର ରୁଟିନ୍ ଲାଇଫ୍ ଅକ୍ଷୟଙ୍କ ରୁଟିନ୍ ଲାଇଫ୍ ଠାରୁ ସମ୍ପୂର୍ଣ୍ଣ ବିପରୀତ । ମୁଁ ଯେତେବେଳେ ଶୋଇବାକୁ ଯାଏ ଅକ୍ଷୟ ସେତେବେଳେ ଶେଯରୁ ଉଠିଥାନ୍ତି । ଯେଉଁ ସମୟରେ ମୁଁ କାମ ଆରମ୍ଭ କରେ, ସେତେବେଳେ ଅକ୍ଷୟ କାମ ସାରି ଘରକୁ ଫେରୁଥାନ୍ତି ।

ଅକ୍ଷୟଙ୍କୁ ଦିନରେ ସୁଟିଂ କରିବା ପସନ୍ଦ ହେଲେ ମୁଁ ନାଇଟ୍ ସୁଟିଂକୁ ଅଧିକ ଗୁରୁତ୍ୱ ଦେଇଥାଏ । ଏହି ହିସାବରେ ଦେଖିବାକୁ ଗଲେ ଅକ୍ଷୟଙ୍କ ସହିତ ମୋର ସୁଟିଂ ସେଡ୍ୟୁଲ୍ ସମାନ ହୋଇପାରିବ ନାହିଁ ।

ଅପରପକ୍ଷେ ଅକ୍ଷୟଙ୍କ ସହିତ ସ୍କ୍ରୀନ୍ ସେୟାରିଂ ବହୁତ ମଜାଦାର ହେବ । କାରଣ ସୁଟିଂ ସେଟରେ ମୁଁ ପହଞ୍ଚିବା ସମୟରେ ସେ ସୁଟିଂ ସାରି ଫେରୁଥିବେ । ସେଟରେ ଆମ ଦୁହିଁଙ୍କର ସାକ୍ଷାତ ହୋଇପାରିବ ନାହିଁ । ଯଦି ଆମ ଦୁହିଁଙ୍କ ଭିତରେ ଥିବା ଏହି ସମସ୍ୟା ଦୂର ହୋଇଯିବ, ତାହେଲେ ଅକ୍ଷୟଙ୍କ ସହିତ କାମ କରିବାରେ ମୋର ଅନ୍ୟ କୌଣସି ସମସ୍ୟା ନାହିଁ’ ।

ସୂଚନାଯୋଗ୍ୟ ଆଗାମୀ ଦିନର ବ୍ୟସ୍ତ ଅଭିନେତା ଭାବେ ଅକିଙ୍କ ଅଭିନୀତ ‘ମିଶନ୍ ମଙ୍ଗଲ୍’, ‘ଗୁଡ୍ ନ୍ୟୁଜ୍’ ଓ ‘କେଶରୀ’ ମୁକ୍ତିଲାଭ କରିବ ।

ମା’ ହେଲେ ଏକତା କପୁର୍ 

ସୋନମ୍‌ଙ୍କ ସିକ୍ରେଟ୍ ଶାଢି 

Leave a Reply

Your email address will not be published.