ନିଜ ରାଶି ଅନୁଯାୟୀ କିଣନ୍ତୁ ଅବିର, ପ୍ରାପ୍ତ ହେବ ଶୁଭଫଳ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ରାଶିକୁ ନେଇ ବିଭିନ୍ନ ରଙ୍ଗର ପ୍ରଭାବ ଭିନ୍ନ ଭିନ୍ନ ରହିଛି । ରାଶି ଅନୁଯାୟୀ ରଙ୍ଗ ଚୟନ କରାଗଲେ, ତାହା ବ୍ୟକ୍ତିର ଜୀବନରେ ସଫଳତା ଆଣିଥାଏ । ବିପରୀତ କିମ୍ବା ଭୁଲ୍ ରଙ୍ଗର ଚୟନ ବ୍ୟକ୍ତିର ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଚଳିତବର୍ଷ ପାଇଁ ଶୁଭଫଳ ପାଇବାକୁ ଚାହୁଁଥିଲେ ରାଶି ଅନୁଯାୟୀ ଅବିର କିମ୍ବା ପ୍ରାକୃତିକ ରଙ୍ଗ କିଣି ହୋଲି ମନାନ୍ତୁ । ଏହା ଆପଣଙ୍କ ପାଇଁ ସୁଖସମୃଦ୍ଧିର ଦ୍ୱାର ଖୋଲିଦେବ । ତାହେଲେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗର ଅବିର କିଣିବା ଉଚିତ୍ ।-
ମେଷ – ମେଷରାଶିର ବ୍ୟକ୍ତିମାନେ ଚଳିତବର୍ଷ ହଳିଦିଆ ଓ ଲାଲ୍ ରଙ୍ଗର ଅବିର କିଣନ୍ତୁ । ଏହା ଆପଣଙ୍କୁ ସୌଭାଗ୍ୟଶାଳୀ କରିବ ।
ବୃଷ – ନୀଳ କିମ୍ବା ସବୁଜ ରଙ୍ଗର ଫଗୁ କିଣି ହୋଲି ମନାନ୍ତୁ । ଏହା ଆପଣଙ୍କ ପରିବାରରେ ଶାନ୍ତି ଆଣିବାରେ ସହାୟକ ହେବ ।
ମିଥୁନ – ଚଳିତବର୍ଷ ସବୁକାର୍ଯ୍ୟରେ ସଫଳତା ଚାହୁଁଥିଲେ ମିଥୁନ ରାଶିର ବ୍ୟକ୍ତିମାନେ ହଳଦିଆ ଓ ସବୁଜ ରଙ୍ଗ କିଣିପାରିବେ ।
କର୍କଟ – ହଳଦିଆ ଓ ଗାଢ ଗ୍ରୀନ୍ ରଙ୍ଗ ଆପଣଙ୍କ ଜୀବନରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବ । ତେଣୁ ଚଳିତବର୍ଷ ହୋଲିରେ ଏହି ରଙ୍ଗକୁ ପ୍ରାଧାନ୍ୟ ଦିଅନ୍ତୁ ।
ସିଂହ – ହୋଲିରେ ଆପଣ ଗାଢ ଗୋଲାପି, ସବୁଜ ଓ ହଳଦିଆ ରଙ୍ଗକୁ ଆପଣାନ୍ତୁ । ଏହା ଆପଣଙ୍କ ପାଇଁ ଅଶେଷ ସୁଖସମୃଦ୍ଧି ନେଇ ଆସିବ ।
କନ୍ୟା – ଚଳିତ ହୋଲିରେ ସବୁଜ ଓ ହଳଦିଆ ଓ ବାଇଗଣି ରଙ୍ଗର ଅବିର ଆପଣଙ୍କ ପାଇଁ ସର୍ବୋତ୍ତମ ରହିବ ।
ତୁଳା – ଆପଣ ସବୁଜ, ନୀଳ ଓ ନାଲି ଓ ବାଇଗଣି ରଙ୍ଗକୁ ହୋଲିରେ ସାମିଲ କରନ୍ତୁ ।
ବିଛା – ନାଲି, ହଳଦିଆ, ନୀଳ, ଗାଢ ଲାଲ୍ କିମ୍ବା ମେରୁନ୍ ରଙ୍ଗ କିଣି ହୋଲି ମନାନ୍ତୁ । ଏହା ଆପଣଙ୍କ କର୍ମକ୍ଷେତ୍ରରେ ସମସ୍ତ ବାଧା ଦୂର କରିବାରେ ସହାୟକ ହେବ ।
ଧନୁ – ଧନୁ ରାଶିର ବ୍ୟକ୍ତି ସବୁଜ, ନୀଳ ଓ ହଳଦିଆ ରଙ୍ଗର ଫଗୁ କିଣନ୍ତୁ । ଏହାଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ବୋଲି ଶାସ୍ତ୍ରକାରମାନେ ମତ ଦେଇଛନ୍ତି ।
ମକର – ଆକାଶିଆ ନୀଳ ଓ ଲାଲ୍ ରଙ୍ଗ କିଣି ହୋଲି ମନାନ୍ତୁ । ଏହା ଆପଣଙ୍କୁ ଲକି କରାଇବ ।
କୁମ୍ଭ – କୁମ୍ଭ ରାଶିର ବ୍ୟକ୍ତିମାନେ ନୀଳ ଓ ହଳଦିଆ ରଙ୍ଗର ଅବିର କିଣି ହୋଲି ମନାନ୍ତୁ । ଏହା ଦ୍ୱାରା ବିଗିଡ଼ ଯାଉଥିବା କାମରେ ଚଳିତବର୍ଷ ସଫଳତା ମିଳପାରେ ।
ମୀନ – ଚଳିତବର୍ଷ ଆପଣ ହଳଦିଆ ଓ ଲାଲ୍ ରଙ୍ଗ କିଣନ୍ତୁ । ଏହା ଆପଣଙ୍କୁ ଭାଗ୍ୟଶାଳୀ କରାଇବ ।