ଲେଉଟିଲା ଥଣ୍ଡା ବଢ଼ିଲା ଜାଡ଼; ଥରୁଛି ରାଜ୍ୟ

ଭୁବନେଶ୍ୱର: ଗତ ୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା । ପ୍ରାୟତଃ ୫ ତାରିଖ ସକାଳ ଯାଏଁ ଠାଏଠାଏ ବର୍ଷା ହେବା ‘ଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ତେବେ ମେଘୁଆ ପାଗ, ବର୍ଷା, କୋହଲା ପବନ ଓ କୁହୁଡ଼ିର ଏକ ମିଶ୍ର ପରିବେଶ ମଧ୍ୟରେ ତାପମାତ୍ରା ସାଧାରଣତଃ ଅପେକ୍ଷାକୃତ ଅଧିକ ରହିଥିଲା । ଅର୍ଥାତ୍ ଶୀତ ସାମାନ୍ୟ କମିଥିଲା । କିନ୍ତୁ ୫ ତାରିଖ ରାତିଠୁ ଧୀରେଧୀରେ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି । ଏହାର ୬ ତାରିଖ ସକାଳବେଳକୁ ଲୋକଙ୍କୁ କଲବଲ କରିପକାଇଛି । ଜାଡ଼ ବଢ଼ିଚାଲିଥିବାବେଳେ ସାରା ରାଜ୍ୟ ଥରୁଥିବା ଜଣାପଡ଼ିଛି ।

ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ସୋମବାର ପରିଗଣିତ ହୋଇଛି । ୭.୫ଂ ସେଲ୍ସିୟସ୍ରେ ଉକ୍ତ ସହର ଥରୁଥିବାବେଳେ ରାଜ୍ୟର ୩ଟି ସହର ୧୦ଂ ତଳକୁ ରହିଥିବା ଜଣାପଡ଼ିଛି । ଅନୁଗୁଳ ୯ ଓ ଫୁଲବାଣୀ ୧୦ରେ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିଥିବା ଜଣାପଡ଼ିଛି । ଅନୁରୂପ ଭାବେ ଉପକୂଳ ଓଡ଼ିଶରେ ଘନକୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳରେ ଘୋର ବାଧା ସୃଷ୍ଟି ହୋଇଛି ।

ରିପୋର୍ଟ: ଏସ୍ପି

Leave a Reply

Your email address will not be published.