ରେଳ ପଠାଇବା ପୂର୍ବରୁ ରାଜ୍ୟ ସହ ଆଲୋଚନା କରନ୍ତୁ କେନ୍ଦ୍ର ସରକାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ କିଛି ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ପଠାଇବା ସମୟରେ ଯେଉଁଭଳି ଭାବେ ରାଜ୍ୟ ସହ ରେଳ ମନ୍ତ୍ରଣାଳୟ ପରାମର୍ଶ କରୁଥିଲା ଠିକ୍ ସେହିଭଳି ରେଳ ଚଳାଚଳ ସମୟରେ ମଧ୍ୟ ସଂଯୋଜିତ ଅଭ୍ୟାସର ଆବଶ୍ୟକ ରହିଛି। ଏହାଦ୍ଵାରା କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାରମାନେ ଆବଶ୍ୟକ ପଦକ୍ଷେପ ନେଇପାରିବେ।
ଲକ୍ଡାଉନ୍-୩ର ଶେଷ ଦିନ ଆଡ଼କୁ ଅଗ୍ରସର ହେଉଥିବା ଭାରତ ଆଗକୁ କିପରି ପରିସ୍ଥିତିକୁ ନିୟନ୍ତ୍ରଣ କରିବ ସେଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି କିଛି ନିର୍ଦିଷ୍ଟ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ରଖିଛନ୍ତି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ସମ୍ମଳିନୀରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି, କଂଗ୍ରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ଯେଉଁଭଳି ଭାବେ ଜୋନ୍ ନୀର୍ଦ୍ଧାରଣ କରାଯାଉଛି ସେଥିରେ ପରିବର୍ତ୍ତନ ଆବଶ୍ୟକ। ବୈଜ୍ଞାନିକ ସିଦ୍ଧାନ୍ତ ଆଧାରରେ ଏହି ଜୋନ୍ ସୀମା କିଛି ନିର୍ଦିଷ୍ଟ ଅଞ୍ଚଳ ଭିତରେ ସୀମିତ ରହିବା ଦରକାର। ଏବେ କୌଣସି ଜିଲ୍ଲାରେ କରୋନା ସଂକ୍ରମଣ ଚିୖ୍ନଟ କରାଗଲେ ସମ୍ପୂଣ୍ଣ ଜିଲ୍ଲାରେ କଟକଣା ଲଗାଯାଉଛି। ଏହି ପ୍ରକ୍ରିୟାକୁ ନେଇ ସାରା ଦେଶରେ ରାଜ୍ୟ ସରକାରମାନେ ଆପତ୍ତି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏନେଇ ସ୍ଵତନ୍ତ୍ର ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖିଥିବା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ‘ ଏକ ଛୋଟିଆ, ବୈଜ୍ଞାନିକ ସିଦ୍ଧାନ୍ତ ଆଧାରିତ ୟୁନିଟ୍କୁ ଜୋନ ନିର୍ଦ୍ଧାରଣ ୟୁନିଟ୍ ଭାବେ ବିଚାର କରିବା ଦରାକର। ଆଉ ଏହି ୟୁନିଟ୍ କ’ଣ ହେବ ତାହାକୁ ବିଚାର କରି ନିଷ୍ପତ୍ତି ନେବା ଅଧିକାର ଜିଲ୍ଲା ପ୍ରଶାସନ ପାଖରେ ରହିବା ଉଚିତ। ଆମେ ସେଥିଲାଗି ଆବଶ୍ୟକ ଅନୁମତି ଦେବା ଜରୁରୀ। ’
ସେହିପରି ପ୍ରତ୍ୟେକ ନିୟନ୍ତ୍ରଣର ବିକେନ୍ଦ୍ରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସ୍ଥାନୀୟ ପ୍ରଶାସନ ଦ୍ଵାରା କେଉଁ ବିଷୟରେ କଟକଣା ରହିବ ବା ନରହିବ ତାହା ନିର୍ଦ୍ଧାରଣ କରାଯିବା ଲାଗି ସେ ପ୍ରସ୍ତାବ ରଖିଛନ୍ତି।
ଅର୍ଥନୀତିକ କାର୍ଯ୍ୟକ୍ରମର ପୁଣିଥରେ ଆରମ୍ଭ କରିବାକୁ ଯେଉଁ ପଦକ୍ଷେପ ନିଆଯାଉଛି ତାହା କିପରି ହେବ ସେଥିନେଇ ରାଜ୍ୟଗୁଡ଼ିକ ଉପରେ ଦା୍ରିତ୍ଵ ନଦେଇ କେନ୍ଦ୍ର ସରକାର ଏକ ସ୍ଵତନ୍ତ୍ର କାର୍ଯ୍ୟଧାରା (ଏସ୍ଓପି) ପ୍ରସ୍ତୁତ କରିବା ଆବଶ୍ୟକ। ଏଥିଲାଗି କେନ୍ଦ୍ର ସରକାର ଆବଶ୍ୟକ ବ୍ୟବସ୍ଥା କରନ୍ତୁ। ଏହାକୁ ନଜରରେ ରଖି ରାଜ୍ୟ ସରକାର ତାଙ୍କ ଏସ୍ଓପି ତିଆରି କରିବେ।
ଏକ ଜାତୀୟସ୍ତରରର କାର୍ଯ୍ୟଧାରା ଅର୍ଥନୀତିକୁ ପୁଣିଥରେ ଆଗକୁ ନେବା ଲାଗି ଏକୀକୃତ ଉଦ୍ୟମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପଞ୍ଚାୟତି ରାଜ ବ୍ୟବସ୍ଥା କୋଭିଡ୍ ନିୟନ୍ତ୍ରଣରେ ଏକ ବିଶେଷ ଭୂମିକା ନେଉଛି। ଏଣୁ ସେଗୁଡ଼ିକ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଦରକାର। ଯେହେତୁ ଆଗକୁ କୋଭିଡ୍ ବିରୁଦ୍ଧରେ ଲମ୍ବ ଲଢ଼େଇ କରିବାକୁ ରହିଛି ଏହି ଅନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହନ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି କରୋନା ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସହ ୪ଥର ଭିଡିଓ କନ୍ଫରେନ୍ସିଂ ଆଲୋଚନାରେ ଯୋଗ ଦେଇଥିଲେ। ପ୍ରଥମ ଆଲୋଚନା ଏପ୍ରିଲ୍ ୨୭ ତାରିଖରେ ହୋଇଥିଲା। ଏହାପରେ ମାଚ; ୨୦, ଏପ୍ରିଲ୨ ଏବଂ ମେ ୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା।