ଡି. ପ୍ରକାଶ ରାଓଙ୍କ ସମସ୍ତ ଚିକିତ୍ସା ଖର୍ଚ ସରକାର ବହନ କରିବେ

ଭୁବନେଶ୍ୱର: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଶୀଘ୍ର ଆରୋଗ୍ୟ କାମନା ସହ ସମସ୍ତ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବାକୁ ନିର୍ଦେଶ ଦେଇଛନ୍ତି।

କଟକ ଜିଲ୍ଲାପାଳଙ୍କୁ ଚିକିତ୍ସା ବ୍ୟବସ୍ଥାର ତଦାରଖ ତଥା ତାଙ୍କ ଚିକିତ୍ସା ବାବାଦ ସମସ୍ତ ବ୍ୟବସ୍ଥାକୁ ମାଗଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *