ପୁଲ୍ୱାମାରେ ଆତଙ୍କୀ ଆକ୍ରମଣ: ଓଡ଼ିଆ ଶହୀଦଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲ୍ୱାମାରେ ଶହୀଦ ହୋଇଥିବା ଓଡ଼ିଶାର ଦୁଇଜଣ ସିଆର୍ପିଏଫ୍ ଜୱାନଙ୍କ ପରିବାରବର୍ଗଙ୍କ ସହ କଥା ହୋଇଛନ୍ତି। ଫୋନ୍ ଯୋଗେ ସାନ୍ତ୍ଵନା ଦେଇ କହିଛନ୍ତି, ‘ ମା’ ମୁଁ ବହୁତ ଦୁଃଖି, ମୁଁ ଆପଣଙ୍କ ସାଥିରେ ଅଛି’।
ଗୁରୁବାର ଅପରାହ୍ଣରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ପୁଲ୍ୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଦ୍ଵାରା ସିଆର୍ପିଏଫ୍ ଆମ୍ବୁଶ୍ରେ ଯାଉଥିବା ଏକ ବସ୍ ବିସ୍ଫୋରିତ ହୋଇଥିଲା। ଏଥିରେ ବସିଥିବା ୩୯ ଯୱାନ୍ଙ୍କ ପ୍ରାଣ ଯାଇଥିବା ଖବର ମିଳିଛି। ଏଥିରେ ଦୁଇଜଣ ଓଡ଼ିଆ ଯୱାନ୍ ସାମିଲ୍। ସେମାନେ ହେଉଛନ୍ତିପ୍ରସନ୍ନ କୁମାର ସାହୁ ଏବଂ ମନୋଜ ବେହେରା। ପ୍ରସନ୍ନଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ହୋଇଥିବାବେଳେ ମନୋଜଙ୍କ ଘର କଟକ ଜିଲ୍ଲା ନିଆଳି ଅଞ୍ଚଳରେ। ମୁଖ୍ୟମନ୍ତ୍ରୀ ଆଜି ସକାଳେ ସଚିବାଳୟରୁ ଫୋନ୍ଯୋଗେ ମନୋଜଙ୍କ ଧର୍ମପତ୍ନୀ ଏବଂ ପ୍ରସନ୍ନଙ୍କ ମା’ଙ୍କ ସହ ସିଧାସଳଖ କଥା ହୋଇଥିଲେ।

ଶୁକ୍ରବାର ସକାଳେ ସଚିବାଳ୍ରରେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି। ଏହାସହ ପୁଲ୍ୱାମା ଉଗ୍ରପନ୍ଥୀ ଆକ୍ରମଣକୁ କଠୋର ନିନ୍ଦା କରିଛନ୍ତି। ଶହୀଦଙ୍କ ନିକଟତମ ଆତ୍ମୀୟଙ୍କ ଲାଗି ୧୦ ହଜାର ଲକ୍ଷ ଟଙ୍କା ଯାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହ ଦୁଇ ପରିବାର ସହ ପ୍ରତ୍ୟକ୍ଷ ଭାବେ ପହଞ୍ଚି ସମବେଦନା ଜ୍ଞାପନ କରିବାକୁ ମନ୍ତ୍ରର ଶଶିଭୂଷଣ ବେହେରା ଓ ପ୍ରତାପ ଜେନାଙ୍କୁ ନିର୍ଦେଶ ଦେଇଛନ୍ତି।