ବିଦେଶ ଫେରନ୍ତା ଭଉଣୀଙ୍କ ନାଁ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର (ଓଟି): କରୋନା ଭାଇରସ୍ ନେଇ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ସରକାରୀ ପୋର୍ଟାଲ। ଉକ୍ତ ଅନଲାଇନ୍ ପୋର୍ଟାଲ covid19.odisha.gov.inରେ ବିଦେଶରୁ ଫେରନ୍ତା ନିଜ ଭଉଣୀଙ୍କ ନାମ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଉଦାହରଣ ସୃଷ୍ଟି କରିବା ସହ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାକୟ।

ସୂଚନା ଅନୁସାରେ ଉଭଣୀ ଗୀତା ମେହଟ୍ଟାଙ୍କ ପାଇଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟ୍ଟା ବିଦେଶରୁ ଫେରିଥିଲେ। ଏନେଇ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଥିସହ ବିଦେଶରୁ ଫେରିଥିବା ନିଜ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ନାଁ ପଞ୍ଜୀକରଣ କରିବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି। ପୂର୍ବରୁ ମଧ୍ୟ କରୋନାକୁ ନେଇ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବା ସହ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ପୂର୍ବକ ଆଇସୋଲେସନ୍ ରେ ରହିବାକୁ ଅନୁରୋଧ କରିଥିଲେ। ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ୧୦୪ ଟୋଲ୍ ଫ୍ରି ନମ୍ବର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରାଯାଇପାରିବ। ପରିବାର ଏବଂ ବନ୍ଧୁମାନେ ମଧ୍ୟ ଜଣଙ୍କ ପାଇଁ ପଞ୍ଜୀକରଣ କରିପାରିବେ। ଏଥିସହ ନିଜ ପରିବାରରେ ମଧ୍ୟ ସ୍ଵତନ୍ତ୍ର ଭାବେ ୧୪ ଦିନ ଲାଗି ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *