ଅଶ୍ଵଥଙ୍କୁ ୧୦ ଲକ୍ଷ, ଗୁରୁଙ୍କୁ ୫ ଲକ୍ଷ ଆଉ ଅନୁଷ୍ଠାନକୁ ୫ କୋଟି ସହାୟତା ଘୋଷଣା

ଭୁବନେଶ୍ଵର, (ଓଟି): ରାଜ୍ୟରେ ଦକ୍ଷତାକୁ ପ୍ରୋତ୍ସାହନ ଯୋଗାଇବା ତଥା ଯୁବାବର୍ଗଙ୍କୁ ଦକ୍ଷତା ବିକାଶ ପ୍ରତି ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏହିକ୍ରମରେ ବିଶ୍ଵ ଦକ୍ଷତା ପ୍ରତିଯୋଗୀତାରେ ସ୍ଵଣ୍ଣପଦକ ବିଜେତା ହୋଇଥିବା ଅଶ୍ଵଥ ନାରାୟଣଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଲାଗି ୧୦ ଲକ୍ଷ ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏହା ସହ ତାଙ୍କ ଗୁରୁ ରଜତ କୁମାର ମହାନ୍ତିଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଦେଇ ନିଜର ଅବିରତ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। 

ସିଭିରମଣ ଇଞ୍ଜିନିୟରିଂ କଲେଜର ଛାତ୍ର  ଅଶ୍ଵଥ କୁମାରଙ୍କୁ ଯୁବା ବର୍ଗଙ୍କ ଆଦର୍ଶ ବୋଲି ବଣ୍ଣନା କରିବା ସହ କଲେଜରେ ଏକ ଦକ୍ଷତା ପାରଦର୍ଶୀ କେନ୍ଦ୍ର ଖୋଲିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏହି କେନ୍ଦ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେବ। ଏଥିଲାଗି ରାଜ୍ୟ ସରକାର ୫ କୋଟି ଟଙ୍କା ସହାୟତା ଦେବେ। 

ଲୋକସେବା ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ସମ୍ବର୍ଦ୍ଧନା କରିବା ସହ ଏହି ପ୍ରତିଯୋଗୀତାରେ ଭାଗନେଇଥିବା କଲେଜର ଛାତ୍ର ଜିନୋଫୋନ୍‌ ଦାସ ଓ ଅବିନାଶ ସ୍ଵାଇଁ ଏବଂ କଲେଜର ଅଧ୍ୟକ୍ଷ ଡ. ସଞ୍ଜିବ ରାଉତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। 

 

Leave a Reply

Your email address will not be published. Required fields are marked *