ମୁଖ୍ୟମନ୍ତ୍ରୀଙ୍କ #corona ଅପିଲ୍: ବାହାରକୁ ଯାଅନି; ଶପଥ ନିଅ, ଦୁଆରେ ଲଟ୍କାଅ, ଭିଡିଓ କରି ମୋତେ ପଠାଅ
ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ହାତଯୋଡ଼ି ଅପିଲ୍ କରିଛନ୍ତି। ଏନେଇ ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ରିଲିଜ୍ କରିଛନ୍ତି। ଏଥିରେ ସେ ଓଡ଼ିଶା ବାସୀଙ୍କୁ ବାପା, ମା, ଛୁଆ ବା ପରିବାର ନାଁରେ ଶପଥ ନେବାକୁ ପ୍ରେରିତ କରିଛନ୍ତି। ଲହି ଶପଥ ଘରେ ରହିବା ଲାଗି ହୋନେବାକୁ କୁହାଯାଇଛି। ଜରୁରୀ ଆବଶ୍ୟକତାକୁ ଛାଡ଼ି ଅନ୍ୟ କୌଣସି ସମୟରେ ଘରୁ ବାହାରକୁ ନଯିବା ଲାଗି ଶ୍ରୀ ପଟ୍ଟନାୟକ ଅପିଲ୍ କରିଛନ୍ତି। ଏହା ଦ୍ଵାରା କରୋନା ଘରକୁ ପ୍ରବେଶ କରିପାରିବ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ପୁଣି ଏହି ଶପଥକୁ ସେ ଘର ଦୁଆର ମୁହଁରେ ଲେଖିବା ଲାଗି କହିଛନ୍ତି। ଏହାର ଭିଡିଓ ଉଠାଇ ତାଙ୍କୁ ସୋଶାଲ୍ ମିଡିଆରେ ଶେୟାର କରିବାକୁ ଅନୁରୋଧ କରିଛନ୍ତି।
ରିଲିଜ୍ କରିଥିବା ଭିଡିଓରେ ଶ୍ରୀ ପଟ୍ଟନାୟକ କହିଛନ୍ତି: ’କରୋନା ଭାଇରସ ବିଷୟରେ ଆପଣମାନେ ଭଲ ଭାବରେ ଜାଣି ସାରିଲେଣି। ଏହି ଭାଇରସ୍ ଚୀନ୍ରେ , ଆମେରିକା, ୟୁରୋପ ତଥା ଆମଠାରୁ ବହୁତ ଦୂରରେ ଥିଲା। ଏବେ କିନ୍ତୁ ଭାଇରସ୍ ଆମ ଘର ପାଖରେ ପହଞ୍ଛିଛି। ଆମ ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ, ଆମର ଦାୟିତ୍ବ ହେଉଛି ଆମେ ଏହି ଭାଇରସ୍କୁ ଘରେ ପଶିବାକୁ ଦେବା ନାହିଁ ସେଥିପାଇଁ ଏ #Lockdown।
ଆଜି ମୁଁ ଆପଣଙ୍କ ନିକଟରେ ‘ମୋ ଜୀବନ’ କାର୍ଯ୍ୟକ୍ରମ ରଖୁଛି। ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା, ଆପଣଙ୍କ ହାତରେ। #Corona Virus ଆପଣଙ୍କ ଘରକୁ ଆସିବା, ନ ଆସିବା, ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି। ଆପଣ ସାବଧାନ ରହିଲେ ଏହା ଆପଣଙ୍କ ଘର ଭିରରକୁ ପଶି ପାରିବ ନାହିଁ।
କେମିତି ନେବେ ଶପଥ:
ମୁଖ୍ୟମନ୍ତ୍ରୀ ଏହି ଭିଡିଓରେ କେମିତି ଶପଥ ନେବେ ତାହା ଦର୍ଶାଇଛନ୍ତି। କହିଛନ୍ତି #ମୋ ଜୀବନ କାର୍ଯ୍ୟକ୍ରମରେ, ଆପଣମାନେ ପ୍ରତିଦିନ ଏହି ଶପଥ ପାଠ କରନ୍ତୁ। ଶପଥ ହେଲା:
‘ମୁଁ ମୋର ପିଲାଛୁଆ, ବାପା, ମା’ଙ୍କ ନାମରେ ଶପଥ କରି କହୁଅଛି ଯେ, ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବି ନାହିଁ । ବାହାରକୁ ଗଲେ, କରୋନା ଭାଇରସ୍ ମୋ ସାଥିରେ ମୋ ଘରକୁ ଆସିପାରେ। ମୋ ପରିବାରର କ୍ଷତି କରିପାରେ। ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ । ଯଦି ଜରୁରୀ କାମରେ ବାହାରକୁ ଯିବି, ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ second ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି। କରୋନା ଭାଇରସ୍କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ, କି ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ ’ ।