ଫନି ପାଇଁ ଉଦ୍‌ବେଗ: ଆଚରଣ ବିଧି ପ୍ରତ୍ୟାହାର ଓ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ଦାବିକଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ମୁକାବିଲାରେ ସରକାରଙ୍କ ଭୂମିକା ଗୁରୁତ୍ଵପୂଣ୍ଣ। କ୍ଷୟକ୍ଷତି ବେଳେ ସହାୟକ ହେବା ତଥା ଲୋକଙ୍କୁ ଉଚିତ ଦିଗ ଦେଖାଇବା ଲାଗି ଏକ ନିର୍ବାଚିତ ସରକାର ହିଁ ଆବଶ୍ୟକ। ଏହିକ୍ରମରେ ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର କରିବା ଲାଗି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଭୋଟି ଶ୍ରୀ ପଟ୍ଟନାୟକ ଏ ସମ୍ବନ୍ଧରେ ଏକ ଗୁରୁତ୍ଵପୂଣ୍ଣ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲ୍‌ଙ୍କ ମୃତ୍ୟୁ ପରେ ପୁଣିଥରେ ନିର୍ବାଚନ ମୁହାଁ ହୋଇଥିବା ପାଟକୁରା ବିଧାନସଭା ମଣ୍ଡଳୀରେ ନିର୍ବାଚନ ସ୍ଥଗିତ ରଖିବାକୁ ସେ କମିଶନଙ୍କୁ ଅନୁରୋଧ କରିଛନ୍ତି।

ଏହି ଦାବିପତ୍ରରେ ସେ କହିଛନ୍ତି, ବାତ୍ୟା ପୂର୍ବ ପ୍ରସ୍ତୁତି ଓ ମୁକାବିଲା ଏକ ସାମୁହିକ କାର୍ଯ୍ୟ। ଏଥିରେ ସରକାରଙ୍କ ଭୂମିକା ଗୁରୁତ୍ଵପୂଣ୍ଣ। ତାଙ୍କ ସରକାର ଏ ଦିଗରେ ପୂର୍ବରୁ ଉଲ୍ଲେଖନୀୟ ଭୂମିକା ନେଇଛନ୍ତି। ପୁଣି ଏହି ବାତ୍ୟା ଫନି ଉପକୂଳ ଓଡ଼ିଶାେ ବିଶେଷକରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଅଞ୍ଚଳରେ ପ୍ରଭାବ ପକାଇବା ଆଶଙ୍କା ରହିଛି। ଏଣୁ ତୁରନ୍ତ ବିପର୍ଯ୍ୟୟ ପ୍ରଶମନ ବିଭାଗ ଆଚରଣ ବିଧି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *