ଅମୀରଙ୍କ ସହ କାମ କରିବାକୁ ଚାହାନ୍ତି ଚକ୍ ରୁସେଲ୍
ଏଥର ଫ୍ରାଇଡେ’ ରିଲିଜରେ ମୁକ୍ତିଲାଭ କରିଥିବା ‘ଜଙ୍ଗଲି’ର ନିର୍ଦ୍ଦେଶନା ଦେଇଥିଲେ ହଲିଉଡ୍ ନିର୍ଦ୍ଦେଶକ ଚକ୍ ରୁସେଲ୍ । ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ‘ଜଙ୍ଗଲି’ର କାହାଣୀ ରୁସେଲଙ୍କୁ ଖୁବ୍ ପ୍ରଭାବିତ କରିଥିଲା ଏବଂ ସେ ବଲିଉଡ୍ର ଆଉ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାର ଇଚ୍ଛା ଜାହିର କରିଛନ୍ତି । ଯଦି ସେଭଳି କୌଣସି ପୋଜେକ୍ଟ ରୁସେଲଙ୍କ ପାଖକୁ ଆସେ, ତାହେଲେ ସେ ଆଗାମୀ ପିଲ୍ମରେ ଅମୀର୍ ଖାନଙ୍କ ସହିତ କାମ କରିବେ ବୋଲି କହିଛନ୍ତି । ନିକଟରେ ଏକ ମିଡିଆ ସାକ୍ଷାତକାରରେ ରୁସେଲ୍ କହିଥିଲେ ଯେ – ‘ଧୁମ୍୩’ସୁଟିଂ ସମୟରେ ସେ ଅମୀରଙ୍କ ସହିତ ସାକ୍ଷାତ ହୋଇଥିଲେ । ଅମୀର୍ ତାଙ୍କୁ ଏକ ଡ୍ୟାନ୍ସ ଟେପ୍ ମଧ୍ୟ ଦେଇଥିଲେ । ଏହାପରେ ଆମେରିକାରେ ଅମୀର୍ ଓ ରୁସେଲଙ୍କ ଭେଟ ହୋଇଥିଲା ଏବଂ ଦୁହେଁ କୌଣସି ଏକ ପ୍ରୋଜେକ୍ଟରେ ଏକାଠୀ କାମ କରିବେ ବୋଲି କଥାବର୍ତ୍ତା କରିଥିଲେ । ତେଣୁ ଭବିଷ୍ୟତରେ ଯଦି ସେଭଳି ସୁଯୋଗ ଆସେ, ସେ ନିଶ୍ଚିତ ଭାବେ ଅମୀରଙ୍କୁ ମୁଖ୍ୟ ଅଭିନେତା ଭାବେ ସାଇନ୍ କରିବେ ବୋଲି ଆଶା ରଖିଛନ୍ତି ।
ହଲିଉଡରେ ‘ଦ ମାସ୍କ’, ‘ଇରେଜର୍’ ଓ ‘ଦ ସ୍କର୍ପିୟନ୍ କିଙ୍ଗ’ ଭଳି ସୁପର୍ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେବାପରେ ଚକ୍ ରୁସେଲ୍ ବଲିଉଡରେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ମନ ବଳାଇଛନ୍ତି । ତେବେ ରୁସେଲ୍ ତାଙ୍କ ଲକ୍ଷ୍ୟରେ କେତେଦୂର ସଫଳତା ପାଇବେ, ତାହା କେବଳ ସମୟ ହିଁ କହିବ ।