ଏବେ ମିଳୁଛି ‘ଚୌକିଦାର ପରଠା’
ଥାଳିର ଓଜନ ୧୦ କିଲୋ, ରହିଛି ୨୮ ରାଜ୍ୟର ବ୍ୟଞ୍ଜନ
ଏହି ଥାଳି ପ୍ରଥମ ପର୍ଯ୍ୟାୟ ଲୋକସଭା ଦିନ ଅର୍ଥାତ ଏପ୍ରିଲ ୧୧ ତାରିଖରେ ଲଞ୍ଚ କରାଯାଇଛି।
ଦେଶରେ ଏବେ ନିର୍ବାଚନ ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି। ନିର୍ବାଚନୀ ପ୍ରଚାର ଲୋକଙ୍କ ମଧ୍ୟରେ ଦେଶ ଭକ୍ତି ଭାବନା ମଧ୍ୟ ଜାଗ୍ରତ କରୁଛି। ଛକ ହେଉ କି ଚା’ଦୋକାନ ହେଉ ପ୍ରତ୍ୟେକ ଜାଗାରେ ଚାଲିଛି ଚର୍ଚ୍ଚା। ଲୋକେ ନିର୍ବାଚନୀ ପ୍ରଚାରର ମଜା ବି ନେଉଛନ୍ତି। ଯଦି ଆପଣ ନିର୍ବାଚନର ମଜା ନେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଆସିଛି ଆଉ ଏକ ମଜାଳିଆ ଖବର।
କନ୍ନଟ ପ୍ଲେସ ସ୍ଥିତ ଅର୍ଡର ୨.୧ ରେସ୍ତୋରାଁକୁ ଗଲେ ଖାଇବାରେ ମଧ୍ୟ ପାଇବେ ନିର୍ବାଚନୀ ମଜା। ଦେଖିବାକୁ ଏହି ଜାଗା ନିର୍ବାଚନୀ ମଂଚ ଭଳି ନୁହେଁ। କିନ୍ତୁ ସେଠାକାର ଭୋଜନରେ ଆପଣ ସାରା ଦେଶର ବ୍ୟଞ୍ଜନର ମଜା ନେଇପାରିବେ। ଆମ ଦେଶର ପ୍ରତ୍ୟେକ ରାଜ୍ୟର ବ୍ୟଞ୍ଜନର କିଛି ବିଶେଷତ୍ୱ ରହିଛି। ଏହି ରେସ୍ତୋରାଁରେ ଆପଣ ସବୁ ରାଜ୍ୟର ବ୍ୟଞ୍ଜନର ମଜା ପାଇପାରିବେ। ଏହି ଥାଳି ପ୍ରଥମ ପର୍ଯ୍ୟାୟ ଲୋକସଭା ଦିନ ଅର୍ଥାତ ଏପ୍ରିଲ ୧୧ ତାରିଖରେ ଲଞ୍ଚ କରାଯାଇଛି।

ତେବେ ଏହି ରେସ୍ତୋରାଁର ବିଶେଷତ୍ୱ ହେଲା ପରଠା। ଏହି ରେସ୍ତୋରାଁରେ ଆପଣ ପାଇବେ ଚୌକିଦାର ପରଠା। ମୋଦିଙ୍କ ବ୍ୟକ୍ତିତ୍ୱକୁ ଦୃଷ୍ଟିରେ ରଖି ଚୌକିଦାର ପରଠା ଡିଜାଇନ କରାଯାଇଛି। ରେସ୍ତୋରାଁର ସଂଚାଳକ ମେଘା କାଲରା କହିଛନ୍ତି ଯେ, ମୋଦିଙ୍କ କେତେବେଳେ ଶକ୍ତ ସ୍ୱଭାବ ତ ପୁଣି କେତେବେଳେ ନରମ ସ୍ୱଭାବ। ମୋଦିଙ୍କ ସ୍ୱଭାବକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଏହି ପରଠା। ଏହା ପରଠା ଲଙ୍କା ଏବଂ ପୁଦିନାର ମିଶ୍ରଣରେ ତିଆରି ହେଉଛି। ଠିକ ମୋଦିଙ୍କ ସ୍ୱଭାବ ଭଳି। ଲୋକଙ୍କୁ ଏହି ଚୌକିଦାର ପରଠା ବହୁତ ପସନ୍ଦ ଆସୁଛି ଏବଂ ଆକର୍ଷିତ କରୁଛି ବୋଲି କହିଛନ୍ତି କାଲରା।

ଭାରତ ମାନଚିତ୍ର ଭଳି ଡିଜାଇନ କରାଯାଇଛି ଏହି ଥାଳିକୁ। ଏହି ଥାଳିରେ ୨୮ ରାଜ୍ୟର ବିଶେଷତ୍ୱ ବ୍ୟଞ୍ଜନ ପରସା ଯାଇଥାଏ। ଏହି ଥାଳିର ଓଜନ ପାଖାପାଖି ସାଢେ ୫ କିଲୋରୁ ୧୦ କିଲୋ। ଏଥିରେ କାଶ୍ମୀରରୁ ଆରମ୍ଭ କରି ତାମିଲନାଡୁର ବ୍ୟଞ୍ଜନ ରଖାଯାଇଛି।

ଏହି ଥାଳିରେ ରହିଛି ପଞ୍ଜାବର ବଟର ପନିର ମସଲା, ବିହାରର ଲିଟ୍ଟୀ ଚୋଖା, ଗୁଜରାଟର ଢ଼ୋକଲା ଏବଂ ଖାଣ୍ଡବି, ଗୋଂଗୁରା ପଚଡ଼ି, ଆଳୁ ପୋସ୍ତ, ହିମାଚଳର ଛୋଲେ, ପଂଚରଙ୍ଗି ଡାଲି, ମିଠା। ଆମିଷରେ ରହିଛି ପଂଜାବୀ ଚିକେନ ବଟର ମସଲା, ହାଇଦ୍ରାବାଦ ସ୍ପେଶାଲ ବିରିୟାନୀ, ଲକ୍ଷ୍ନୌ ଗଲୋଟି, କବାବ, ମଟନ ପେପର ଫ୍ରାଏ, ଚିକେନ ଚେତ୍ତିନାଡ଼, ଗୋଆ ଫିସ ଇତ୍ୟାଦି। ପ୍ରତ୍ୟେକ ବ୍ୟଞ୍ଜନରୁ ଅଲଗା ଅଲଗା ରାଜ୍ୟର ବାସନା ମଧ୍ୟ ଆସିଥାଏ। ଭୋଜନରେ ରାଜସ୍ଥାନର ରାଜଭୋଗ ଏବଂ ସାଗୁ ଖିରି ମଧ୍ୟ ଉପଲବ୍ଧ। ଏହାଛଡା ପୁଦିନା ଚଟଣୀ, ଭାଙ୍ଗ ଚଟଣୀ ଏବଂ ଚାରୁ ମଧ୍ୟ ପରସା ଯାଇଥାଏ।