ଚୀନ୍‌ର ମୋବାଇଲ୍ କମ୍ପାନୀ ଭିଭୋକୁ ବଡ଼ ଝଟ୍‌କା- ଆଇପିଏଲର ପ୍ରଯୋଜକରୁ ବିଦା

ଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣରେ ଚୀନ୍‌ର ମୋବାଇଲ୍ କମ୍ପାନୀ ଭିଭୋ ଲିଗ୍ ପ୍ରଯୋଜକ ହେବ ନାହିଁ । ଦେଶରେ ପ୍ରବଳ ବିରୋଧ ପରେ ମଙ୍ଗଳବାର ଭିଭୋ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଜୁନ୍ ମାସରେ ପୂର୍ବ ଲଦାଖରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରଠାରୁ ଅନେକ ଲୋକ ଚୀନ୍‌ର ସାମଗ୍ରୀକୁ ବଏକଟ୍‌ କରିବା କଥା କହିଛନ୍ତି ।

ଏହା ବ୍ୟତୀତ ଯେତେବେଳେ ଆଇପିଏଲ୍ ପରିଚାଳନା ପରିଷଦ ପ୍ରଯୋଜକଙ୍କୁ ରଖିବା କଥା କହିଥିଲେ ସେତେବେଳେ ସୋସିଆଲ ମିଡ଼ିଆରେ ଲୋକମାନେ ଏହାକୁ ବିରୋଧ କରିଥିଲେ । ସୂଚନାନୁସାରେ, କମ୍ପାନୀ ଆସନ୍ତା ବର୍ଷରେ ଅର୍ଥାତ୍ ୨୦୨୧ରେ ପ୍ରାୟୋଜକ ହେବ, ଏହି ଡିଲ୍ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଏହି ବର୍ଷ ପାଇଁ ନୂତନ ପ୍ରଯୋଜକଙ୍କ ନାମ ଖୁବଶୀଘ୍ର ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *