ଭାରତ ସୀମାରେ ନୌ-ଶକ୍ତି ବଢ଼ାଉଛି ଚୀନ: ସତର୍କ ରହିବାକୁ ଆହ୍ବାନ

ଭୁବନେଶ୍ଵର, (ଓଟି): ଭାରତ ପାଇଁ ପାକ୍‌ ଯେତିକି ବିପଦ ନୁହେଁ, ଯେତିକି ଚୀନ। ବିଶେଷକରି ଭାରତ ମହାସାଗରରେ ଦିନକୁ ଦିନ ଶକ୍ତି ବଢ଼ାଇ ଏହା ଭାରତ ଉପରେ ଚାପ ପ୍ରୟାଗ କରିବାକୁ ଯାଉଛି। ଭାରତର ପ୍ରତିରକ୍ଷା ଏହାଦ୍ଵାରା ପ୍ରଭାବିତ ହୋଇପାରେ। ଏଣୁ ସତର୍କ ରହି ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ଭାରତୀୟ ନୌସେନା ମୁଖ୍ୟ କରମବୀର ସିଂହ।

ଯାହାଜ ନିର୍ମାଣ ସମ୍ପର୍କିତ ଏକ କର୍ମଶଶଳାରେ ମନ୍ତବ୍ୟ ରଖି ଚୀନର ସାମୁଦ୍ରିକ ଶକ୍ତି ବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଭାରତ ମହାସାଗରର ଭାରତ-ଚୀନ ସୀମାରେ ଅତ୍ୟନ୍ତ ଶକ୍ତିଶଶଳୀ ହେବା ପାଇଁ ଚୀନ ଚାହୁଛି। ଏହିକ୍ରମରେ ୬ରୁ ଆଠଟି ଯୁଦ୍ଧ ଯାହାଜ ଚୀନ ମୁତ୍ତୟନ କରିଛି। କରାଚିଠାରୁ ଆରମ୍ଭ କରି ଆଫ୍ରିକୀୟ ମହାଦେଶ ଯାଏ ଭାରତ ମହାସାଗରେ ନିରନ୍ତର ଶକ୍ତି ବୃଦ୍ଧି କରୁଥିବା ଚୀନ ପ୍ରତି ଆମକୁ ସତର୍କ ହେବାକୁ ହେବ।

କିନ୍ତୂ ଏହି ସତର୍କ ପଛରେ ଭାରତୀୟ ନୌସେନା ପାଖରେ ପ୍ରତିବନ୍ଧକ ସୃଷ୍ଟି କରୁଛି ଅର୍ଥ। ଆମ ପାଖରେ ଏବେ ୧୪୦ ଯୁଦ୍ଧ ଯାହାଜ ଏବଂ ୨୨୦ ବିମାନ ରହିଥିଲେ ମଧ୍ୟ ସେଥିରୁ ଅନେକ ବିରତ ନେବାର ସମୟ ଆସିଗଲାଣି। ଏଣୁ ଆବଶ୍ୟକ ପୁଞ୍ଜି ରହିଲେ ଭାରତୀୟ ନୌସେନା ପାଖରେ ୨୦୩୦ ମସିହା ସୁଦ୍ଧା ୨୧୨ ଯୁଦ୍ଧ ଯାହାଜ ଏବଂ ୪୫୮ ବିମାନ ରହିପାରିବ ବୋଲି ସେ ଆଶା କରିଛନ୍ତି।

Leave a Reply

Your email address will not be published.