କୋବିଡ୍‌-୧୯: ଚବିଶି ଘଣ୍ଟାରେ ମୃତକ ସଂଖ୍ୟା +୧୨୧

ନୂଆଦିଲ୍ଲୀ(ଓଟି): ମାଡ଼ିଚାଲିଛି ଚୀନ ବିଷ କୀଟ। ହଠାତ୍‌ ଗଡ଼ିଯାଉଛି ମୁଣ୍ଡ। ୨୪ ଘଣ୍ଟା ମଧ୍ୟରେ କୋବିଡ୍‌-୧୯ ବା କରୋନା ସଂକ୍ରମଣରେ ଚାଲିଯାଇଛି ଆଉ ୧୨୧ ପ୍ରାଣ। ଗତକାଲ ମୋଟ ମୃତକ ସଂଖ୍ୟ ୧୩୬୭ ରହିଥିଲା। ଫଳରେ ଆଜି ଏହା୧୪୮୮ରେ ପହଞ୍ଚିଛି। ଖାଲି ସେତିକି ନୁହେଁ, ୨୪ ଘଣ୍ଟା ମଧ୍ୟରେ ଆଉ ୫ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ସଂଖ୍ୟା ୬୪ ହଜାର ଡେଇଁସାରିଛି। ସୂଚନା ଅନୁସାରେ ୧୨୧ ମୃତକଙ୍କ ମଧ୍ୟରୁ କେବଳ ହୁବେଇରେ ୧୧୬ ଜଣ ରହିଛନ୍ତି। ସେହିପରି ସେଠାରେ ୪,୮୨୩ ଜଣ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩,୦୯୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଶେଷ ତଥ୍ୟ ଅନୁସାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୮୯୪ ଜଣ ଓ ସେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୋବିଡ୍‌-୧୯ ପାଇଁ ସାରା ବିଶ୍ଵ ଆତଙ୍କିତ ହୋଇଥିବାବେଳେ ଚୀନ ସରକାର କର ବା ମର ପରିସ୍ଥିତି ଦେଇ ଗତି କରୁଛନ୍ତି। ହୁବେଇରେ ସ୍ୱତନ୍ତ୍ର ମେଡିକାଲ ବ୍ୟବସ୍ଥା କରାଯାଇଛି। କିନ୍ତୁ ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। ଗୁରତ୍ଵର ବିଷୟ ଯେ ଚୀନ୍‌ ବାଦ୍‌ ବିଶ୍ଵର ୨୮ଟି ଦେଶରେ ମାରାତ୍ମକ ଭାଇରସ୍‌ ବ୍ୟାପୀ ଯାଇଛି।

Leave a Reply

Your email address will not be published. Required fields are marked *