ଦ କାଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କର : ବଘେଲ

ରାୟପୁର, (ଓଡିଶା ଟାଇମ୍): ବଲିଉଡ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କରିବା ଲାଗି ଦାବି କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଛତିଶଗଡର ବିରୋଧୀ ବିଜେପି ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିବାବେଳେ ମୁଖ୍ୟମନ୍ତ୍ରୀ ବଘେଲ ଏପରି କହିଛନ୍ତି। ବଘେଲ କହିଛନ୍ତି ଯେ ଚଳଚ୍ଚିତ୍ର ଉପରୁ ରାଜ୍ୟ ସରକାର ସଂଗ୍ରହ କରୁଥିବା ଟିକସର କିଛି ଭାଗ କେନ୍ଦ୍ର ସରକାର ନେଉଛନ୍ତି। ତେଣୁ କେନ୍ଦ୍ର ସରକାର ଏହି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ଦେଶରେ ଟିକସ ମୁକ୍ତ କରିବା ଦରକାର। ବୁଧବାର ବିଧାନସଭାର ପ୍ରଶ୍ନତ୍ତୋର କାଳରେ ବିରୋଧୀ ଦଳ ନେତା ଧରମଲାଲ କୌଶିକ ‘ଦ କାଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କରିବାକୁ ଦାବି କରିଥିଲେ। କୌଶିକଙ୍କ ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଜବାବ ଦେବା ସହିତ ଚଳଚ୍ଚିତ୍ରଟିକୁ ଦେଖିବା ଲାଗି ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ କରିଥିଲେ।

Leave a Reply

Your email address will not be published.