କେତେ ଘଣ୍ଟାରେ ସମ୍ପୂର୍ଣ୍ଣ ହୁଏ ‘ଛପାକ୍’ର ମେକଅପ୍, ଜାଣନ୍ତୁ

ପ୍ରଶଂସକ ମହଲରେ ବଲିଉଡ୍ ମସ୍ତାନୀ ବୋଲାଉଥିବା ଦୀପିକା ପାଦୁକୋନ୍ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଛପାକ୍’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ।ଏହାର କାହାଣୀ ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ ।ଏଥିରେ ଦୀପିକା ଏସିଡ୍ ପୀଡ଼ିତା ମାଳତୀ ଭୂମିକାରେ ଅଭିନୟ କରୁଛନ୍ତି । ଯେତେବେଳେ ‘ଛପାକ୍’ର ଫାଷ୍ଟଲୁକ୍ ରିଲିଜ୍ ହେଲା, ସେହି ସମୟରେ ପୋଷ୍ଟରରେ ଦୀପିକାଙ୍କୁ ଆଦୌ ଚିହ୍ନି ହେଲା ନାହିଁ । ଏଭଳି ଏକ ଭିନ୍ନ ଲୁକ୍ ପାଇଁ ଦୀପିକା ଅନେକ ପ୍ରଶଂସା ସାଉଁଟିଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି ଏକ ଭିନ୍ନ ଲୁକ୍ ପାଇଁ ଦୀପିକାଙ୍କ ମେକଅପରେ କେତେ ସମୟ ଲାଗିଥାଏ? ତାହେଲେ କହିରଖୁଛୁ ଦୀପିକାଙ୍କ ଏହି ମେକଅପ୍ କରିବା ପାଇଁ ପ୍ରାୟ ୪ରୁ ୫ ଘଣ୍ଟା ଲାଗିଥାଏ ।

ସବୁଠାରୁ ବଡ଼ କଥା ହେଉଛି ମେକଅପ୍ ବାହାର କରିବା ପାଇଁ ତା’ଠାରୁ ଆହୁରି ଅଧିକ ସମୟ ଦରକାର ହୁଏ । ଦୀପିକାଙ୍କ ଏହି ମେକଅପର ବିଶେଷତ୍ୱ ହେଉଛି ପ୍ରତିଥର ସମାନ ଚେହେରା ସାମନାକୁ ଆଣିବା ଓ ସମାନ ମେକଅପ୍ କରିବା । କୌଣସି ଏକ ଛୋଟ ଭୁଲ୍ ମଧ୍ୟ ଫିଲ୍ମକୁ ବିଗାଡ଼ିଦେଇ ପାରେ । ତେଣୁ ପ୍ରତିଥର ସମାନ ମେକଅପ୍ କରିବା କାଠିକର ପାଠ । ଏହା ବ୍ୟତୀତ ସୁଟିଂ ସେଟରେ ଅଧିକ ସମୟ ସେହି ମେକଅପ୍ ସହିତ ରହିବା ମଧ୍ୟ ସମ୍ଭବ ନୁହେଁ । ତେଣୁ ବହୁ କଷ୍ଟରେ ଫିଲ୍ମର ପ୍ରତି ଦୃଶ୍ୟର ସୁଟିଂ ହୋଇଥାଏ । ଆଗାମୀ ୨୦୨୦ ଜାନୁୟାରୀ ମାସରେ ‘ଛପାକ୍’ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.