#କୋଭିଡ୍-୧୯: କେନ୍ଦ୍ର ଦେଲା ୧୧,୦୯୨ କୋଟି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ମୁକାବିଲା ପାଇଁ କେନ୍ଦ୍ର ଯୋଗାଇଛି ସହାୟତା। ଦେଇଛି ଆର୍ଥିକ ସହାୟତା। ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ମହାମାରୀ ଲଢ଼େଇ ପାଇଁ ସମସ୍ତ ରାଜ୍ୟ ବାବଦରେ ୧୧ହଜାର ୯୨କୋଟି ଟଙ୍କା ଅନୁମୋଦନ କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପରିଚାଳନା ପାଣ୍ଠି (SDRMF) ଅନ୍ତର୍ଗତ ଅନୁମୋଦିତ ହୋଇଥିବା ଏହି ରାଶି ସାମୂହିକ ସଙ୍ଗରୋଧ ବ୍ୟବସ୍ଥା ଓ କରୋନା ବିରୋଧୀ ଅନ୍ୟ ଆବଶ୍ୟକ ଖର୍ଚ୍ଚ ପାଇଁ ନିୟୋଜିତ ହେବ।

ସୂଚନାଯୋଗ୍ୟ ଯେ ସମ୍ପ୍ରତି ଭାରତରେ ୨୫୯୧ କରୋନା ସଂକ୍ରମିତ କେସ୍‌ ରହିଥିବା ସୂଚନା ମିଳିଛି।  ୭୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୯୦ ଜଣ ରୋଗମୁକ୍ତ ହୋଇଛନ୍ତି। ଅନ୍ୟପକ୍ଷେରେ ୨୧ଦିନିଆ ଲକ୍‌ଡାଉନ୍‌କୁ ଦେଶବାସୀ ସମର୍ଥନ କରିଥିବାରୁ   ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଏପ୍ରିଲ ୫ ତାରିଖ ରାତି ୯ଟାରେ ଘରର ଲାଇଟ୍ ବନ୍ଦ କରି ୯ମିନିଟ୍ ପାଇଁ ଦୁଆର ଓ ବାଲକୋନୀରେ ଦୀପ ଜାଳିବାକୁ ସେ ଅନୁରୋଧ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *