#କୋଭିଡ୍-୧୯: ସବୁ ଜିଲ୍ଲା ଓ ରାଜ୍ୟର ସୀମା ସିଲ୍ ନିର୍ଦ୍ଦେଶ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ତଥା କୋଭିଡ୍‌-୧୯ ଚିନ୍ତା ବଢ଼ିବାରେ ଲାଗିଛି। ବଢୁଛି ସଂକ୍ରମିତ ଓ ମୃତକ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆହୁରି କଠୋର ହୋଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଦେଶର ସମସ୍ତ ରାଜ୍ୟ ତଥା ଜିଲ୍ଲାର ସୀମା ସିଲ୍‌ କରିବାକୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦଶେ ଦେଇଛନ୍ତି।

ସୂଚନା ଅନୁସାରେ ମହାମାରୀ କରୋନାର ଭୟଙ୍କର ବିସ୍ତାର ରୂପକୁ ଦୃଷ୍ଟିରେ ରଖି #ଲକ୍‌ଡାଉନ ନିୟମରେ ଆହୁରି କଟକଣା ଦୃଢ଼ କରାଯାଇଛି। ଏଣିକି ଲୋକେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେନି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଏଥିସହ ଶ୍ରମିକଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *