କରୋନା ଆତଙ୍କ: ଭାରତରେ ୬୨ କେସ୍

ନୂଆଦିଲ୍ଲୀ (ଓଟି): ଆଉ ସମ୍ଭାଳ ନାହିଁ ସ୍ଥିତି। ଦେଶରେ ନାହିଁ ନାହିଁ କହୁକହୁ ବଢ଼ିଗଲେ କରୋନା ଆକ୍ରାନ୍ତ ସଂଖ୍ୟା। ଏଇ ସଂଖ୍ୟା ପହଞ୍ଚିଲାଣି ୬୨ରେ। ବୁଧବାର ସୁଦ୍ଧା ମୋଟ ୬୨ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ଓ ରାଜସ୍ଥାନରୁ ଜଣେ ଲେଖାଏଁ ପୀଡ଼ିତ ଚିହ୍ନଟ ହେପା ପରେ ସଂଖ୍ୟା ବୃଦ୍ଧି ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ୬୨ ମଧ୍ୟରେ ୧୬ଜଣ ଇଟାଲୀର ନାଗରିକ ଅନ୍ତର୍ଭୁକ୍ତ। କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଲଦାଖ, ତେଲେଙ୍ଗାନା, ତାମିଲନାଡୁ, ଜାମ୍ମୁ-କଶ୍ମୀର ଓ ପଞ୍ଜାବରେ କରୋନା ସଂକ୍ରମିତ ହୋଇସାରିଛି। ତେବେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କରୋନା ପଜିଟିଭ ଘୋଷଣା କରିବା ପୂର୍ବରୁ ୨ଥର ପରୀକ୍ଷା କରାଯାଉଛି। ଇତିମଧ୍ୟରେ ଭାରତ ପକ୍ଷରୁ ମଙ୍ଗଳବାର ଫ୍ରାନ୍ସ, ଜର୍ମାନୀ ଓ ସ୍ପେନର ନାଗରିକମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭିସା ପ୍ରଦାନ କରାଯିବ ନାହିଁ ଏବଂ ଦିଆଯାଇଥିବା ଇ-ଭିସା ଗ୍ରହଣ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଆଡଭାଇଜରି ଜାରି କରି କରିସାରିଛନ୍ତି। ଯେଉଁମାନେ ଚୀନ୍‌, ହଂକଂ, ରିପବ୍ଲିକ୍ ଅଫ୍ କୋରିଆ, ଜାପାନ, ଇଟାଲୀ, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍ସ, ସ୍ପେନ, ଜର୍ମାନୀ ଆଦି ରାଷ୍ଟ୍ରକୁ ଯାଇ ଫେରୁଛନ୍ତି, ସେମାନେ ନିଜଆଡୁ ୧୪ ଦିନିଆ ଚିକିତ୍ସା ଲାଗି ସ୍ୱତନ୍ତ୍ର ୱାର୍ଡରେ ଆଡମିସନ୍‌ ହେବାକୁ କୁହାଯାଇଛି

Leave a Reply

Your email address will not be published. Required fields are marked *