ଭୂତଳ ଜଳ ପାଇଁ ୬ ହଜାର କୋଟି

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ଏକ ସ୍ଵତନ୍ତ୍ର ଯୋଜନା  ଆରମ୍ଭ କରିଛନ୍ତି। ଏହାର ନାଁ ରହିଛି ଅଟଳ ଭୂତଳ ଜଳ ଯୋଜନା। ଏହି ଯୋଜନା କ୍ରମରେ କେନ୍ଦ୍ର ସରକାର ୬ ହଜାର କୋଟି ଟଙ୍କା ଖର୍ଚ କରିବେ। ଜଳ ବିହୁନ ତଥା ଉତ୍କଟ ଜଳ ସମସ୍ୟା ଭୋଗୁଥିବା ଅଞ୍ଚଳରେ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଲୋକଙ୍କୁ ଭୂତଳ ଜଳ ବ୍ୟବହାର ପାଇଁ ମାର୍ଗ ଦର୍ଶାଇବେ। 

ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଉତ୍ତରପ୍ରଦେଶ, କଣ୍ଣାଟକ, ରାଜସ୍ଥାନ ଭଳି ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‌ ମୋହର ଲଗାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି। 

ଖର୍ଚ ହେବାକୁ ଥିବା ୬ ହଜାର କୋଟି ଟଙ୍କାରୁ ୩୦ଜାର କୋଟି ଟଙ୍କା ସରକାର ବିଶ୍ଵବ୍ୟାଙ୍କ ସହାୟତା ରାଶିରୁ ଉପଯୋଗ କରିବେ। 

Leave a Reply

Your email address will not be published. Required fields are marked *