ଫୋନି ବିପତ୍ତି: ୧୩ରୁ କେନ୍ଦ୍ରୀୟ ଅନୁଧ୍ୟାନ
ଭୁବନେଶ୍ବର, (ଓଟି) : ଉକପୂଳ ଓଡ଼ିଶାକୁ ଛାରଖାର କରିଥିବା ଫୋନିର ବିପତ୍ତି କେତେ ପ୍ରଭାବଶାଳୀ ହୋଇଛି, ତାହାଯୋଗୁ କେତେ କ୍ଷୟକ୍ଷତି ହୋଇଛି ଏବଂ ଏହାକୁ କିପରି ଭରଣା କରାଯିବ ସେ ନେଇ ରିପୋର୍ଟ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବେ। କେନ୍ଦ୍ର ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଭରଦ୍ଵାଜଙ୍କ ନେତୃତ୍ଵରେ ଏହି ଟିମ୍ ଫୋନି’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। ଏହି ଟିମ୍ର ଦୁଇଦିନଆ ଗସ୍ତରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଅବାଶ୍ୟକ ସହଯୋଗ କରିବାକୁ ଟିମ୍ ରାଜ୍ୟକୁ ଅନୁରୋଧ କରିଛନ୍ତି।
ଶ୍ରୀ ଭରଦ୍ଵାଜ ରବିବାର ଭୁବନେଶ୍ଵର ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। କିନ୍ତୁ ଆକଳନ କାର୍ଯ୍ୟ ୧୩ରୁ ଆରମ୍ଭ ହେବ। ଏହା ୧୫ ଯାଏ ଜାରି ରହିବ। ବିଶେଷକରି ପୁରୀ, ଭୁବନେଶ୍ଵର, ଖୋର୍ଦ୍ଧାର ପ୍ରଭାବିତ ଅଞ୍ଚଳ ସେମାନେ ବୁଲିବା କାର୍ଯ୍ୟକ୍ରମ ରହିଛି। ସେମାନେ ଚାହିଁଲେ ଯେ କୌଣସି ପ୍ରଭାବିତ ଅଞ୍ଚଳ ଯାଇପାରନ୍ତି ବୋଲି ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି।