କ’ଣ ରହିବ ପ୍ରଥମ ସିଡିଏସ୍ଙ୍କ ଡ୍ରେସ୍କୋଡ୍, କେମିତି ଆଣିବେ ସମନ୍ବୟ
ଭୁବନେଶ୍ଵର, (ଓଟି): ଭାରତୀୟ ସେନାବାହିନୀର ପ୍ରମୁଖ ସେନାପତି ତଥା ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ବିପିନ ରାୱତ୍। ବର୍ତ୍ତମାନ ସମୟରେ ତିନି ବାହିନୀ ଭିତରେ ସମନ୍ବୟ ରକ୍ଷା, ମିଳିତ ଅପରେସନ୍ ବାବଦରେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ସେ ଆବଶ୍ୟକ ପରାମଶ ଦେବେ। ଏ କ୍ଷେତ୍ରରେ ସେ ଏକକ କେନ୍ଦ୍ର ହେବେ ବୋଲି କେନ୍ଦ୍ର ସରକାର ଆଶା କରିଛନ୍ତି।
ସ୍ଥଳ ବାହିନୀ, କାଶ ବାହିନୀ ଏବଂ ସ୍ଥଳ ବାହିନୀ ଭିତରେ ସମନ୍ବୟ ଆଣିବା ଲକ୍ଷ୍ୟରେ ଏହି ପଦବୀରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ବିଶେଷକରି ସିଡିଏସ୍ କ’ଣ ପିନ୍ଧିବେ ଏବଂ ତାଙ୍କ ଯିବା ଆସିବା ସମୟରେ ବ୍ୟବହୃତ ଗାଡ଼ିରେ କ’ଣ ସବୁ ସଙ୍କେତ ରହିବ ସେ ବାବଦରେ ମନ୍ତ୍ରଣାଳୟ ସ୍ଥିର କରିଛି। ଏହି ଅନୁସାରେ ତିନି ବାହିନୀର ସଙ୍କେତକୁ ସିଡିଏସ୍ ଧାରଣ କରିବେ।
ଯେହେତୁ ଭାରତର ସ୍ଥଳ ସେନା ସର୍ବବୃହତ୍ ଏବଂ ପୃଥିବୀରେ ଏହା ଦ୍ଵିତୀୟ ସର୍ବବୃହତ ସେନା ଭାବେ ଖ୍ୟାତି ଅର୍ଜନ କରିଛି ଏହାଙ୍କ ପୋଷାକ ସ୍ଥଳ ସେନାର ବର୍ଦି ରହିବ। କିନ୍ତୁ ସେ ପିନ୍ଧିବାକୁ ଥିବା ଟୋପି, ବ୍ୟାଜ୍ ସବୁଥିରେ ତିନି ବାହିନୀର ସଙ୍କେତ ଶୋଭା ପାଇବ। ସେ ଯେଉଁ ଟୋପି ସେ ପିନ୍ଧିବେ ତା’ର ମସ୍ତକରେ ତିନି ସେନା ବାହିନୀର ସଙ୍କେତ ରହିବ। ଖଣ୍ଡା ଉପରେ ଭାରତୀୟ ଜାତୀୟ ସଙ୍କେତ ତିନି ସିଂହ ମୁହଁ ବିଶିଷ୍ଟ ଅଶୋକ ଚିହ୍ନ, ତା’ ସହ ବାୟୁସେନା ବ୍ୟବହାର କରୁଥିବା ଉଡ଼ନ୍ତାର ଇଗଲ୍ ଏବଂ ନୌସେନାର ଆଙ୍କର୍ (ଲଙ୍ଗର୍)କୁ ଧାରଣ କରିବେ ସିଡିଏସ୍। ତାଙ୍କର ବଟନ୍, ବେଲ୍ଟର ବକଲ୍, କାନ୍ଧରେ ଶୋଭା ପାଉଥିବା ବ୍ୟାଜ୍ ସବୁଥିରେ ଏହି ସଙ୍କେତ ଦୃଶ୍ୟମାନ ହେବ। ଏହାଛଡ଼ା ସେ ବ୍ୟବହାର କରିବାକୁ ଥିବା କାର୍ର ପତାକାରେ ମଧ୍ୟ ଏହି ତିନି ସେନାର ମିଳିତ ସଙ୍କେତ ଶୋଭା ପାଇବ।
ସମୟ, ଚାହିଦା ଏବଂ ଦକ୍ଷତା ଅନୁସାରେ ଆମକୁ ଆମର ସୀମିତ ସମ୍ପଦକୁ ବ୍ୟବହାର କରିବାକୁ ପଡ଼ିବ। ଏଥିପାଇଁ କ’ଣ ଆବଶ୍ୟକ ଯେତେବେଳେ ଆକଳନ କରାଯାଏ ସେତେବେଳେ ଏକକ କେନ୍ଦ୍ରୀଭୂତ ନୀତି ବ୍ୟବସ୍ଥା, ସଂଯୋଜିତ ଯୁଦ୍ଧ ଯୋଜନା ଏବଂ ତିନୋଟି ଯାକ ସେନା ବାହିନୀର କିଛି ନିର୍ଦିଷ୍ଟ କାର୍ଯ୍ୟରେ ନିୟନ୍ତ୍ରଣ ବିଷୟ ସାମ୍ନାକୁ ଆସେ’।
ବିନା କୌଣସି ଶଙ୍କା ଓ ଆଶଙ୍କାରେ ନବଗଠିତ ସିଡିଏସ୍ ଏ ଦିଗରେ କାଯ୍ୟ କରିବେ ବୋଲି ଆମେ ଦୃଢ଼ ନିଶ୍ଚିତ।