CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର:  ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୭.୩୩ % ରହିଛି। cbseresults.nic.in ଓ cbse. gov.inରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀ ଏହି ସାଇଟ୍‌କୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୭.୩୩% ହୋଇଥିବା କଥା ‘ସିବିଏସ୍‌ଇ’ କହିଛି। ଚଳିତ ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ୬.୦୧% ଅଧିକ ରଖିଛନ୍ତି। କିନ୍ତୁ, ଗତବର୍ଷ ତୁଳନାରେ  ଉଭୟ ପୁଅ ଓ ଝିଅମାନଙ୍କ ପାସ୍‌ ହାର କମ୍‌ ହୋଇଛି। ଗତବର୍ଷ ୯୧.୨୫% ଛାତ୍ର ପାସ୍‌ କରିଥିବା ବ‌େଳେ ଚଳିତ ବର୍ଷ ୮୪.୬୭% ଛାତ୍ର ପାସ୍‌ କରିଛନ୍ତି। ସେହିପରି, ଗତବର୍ଷ ୯୪% ଛାତ୍ରୀ ପାସ୍‌ କରିଥିବା ବେଳେ ଚଳିତବର୍ଷ ୯୦.୬୮% ଛାତ୍ର ପାସ୍‌ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ପ୍ରାକ୍‌-କୋଭିଡ୍‌ ଶିକ୍ଷା ବର୍ଷରେ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୩.୪୦% ଥିଲା।

ସେହିପରି, ଚଳିତ ବର୍ଷ ପାସ୍‌ ହାର ୯୯.୯୧% ଥାଇ ତିରୁଅନନ୍ତପୁରମ୍‌ ସର୍ବୋଚ୍ଚ ପାସ୍‌ ହାର ଅଞ୍ଚଳ ହୋଇଥିବା ବ‌େଳେ ୭୮.୦୫% ପାସ୍‌ ହାର ଥାଇ ପ୍ରୟାଗରାଜ ସର୍ବନିମ୍ନ ସ୍ତରରେ ରହିଛି ବୋଲି ବ‌ୋର୍ଡ ସୂଚନା ଦେଇଛି।

ଅଶ୍ବସ୍ତିକର ପ୍ରତିଦ୍ବନ୍ଦ୍ବିତା‌ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ, ଦ୍ବିତୀୟ ଅଥବା ତୃତୀୟ ଶ୍ରେଣୀ ପ୍ରଦାନ କରାଯିବ ନାହିଁ ବୋଲି ‌‘ସିବିଏସ୍‌ଇ’ କହିଛି। କିନ୍ତୁ, ବିଭିନ୍ନ ବିଷୟରେ ସର୍ବାଧିକ ନମ୍ବର ରଖିଥିବା ୦.୧% ଶିକ୍ଷାର୍ଥୀମାନଙ୍କୁ ‘ମେରିଟ୍‌ ସାର୍ଟିଫିକେଟ୍‌’ ପ୍ରଦାନ କରାଯିବ।

Leave a Reply

Your email address will not be published.