କୋଲଗେଟ : ଦେବାଶୀଷଙ୍କ ମୁଣ୍ଡ ଉପରେ ସିବିଆଇ ଖଣ୍ଡା

ହଠାତ ଇଲେକସନ ଆଗରୁ ସୁପ୍ରିମକୋର୍ଟରେ କୋଲଗେଟ କଥା ଉଠିବାରୁ ବିଜେଡି ନେତାଙ୍କୁ ଛନକା ପଶିଛି। ଦଳର ଅନେକ ନେତା ଭାରି ବିଚଳିତ ଓ ବିବ୍ରତ ହେଇପଡିଚନ୍ତି। କାରଣ ମରଣ ଠାରୁ ଘୋଷଡା ବେଶି ବାଧେ। ଅତୀତରେ ସିବିଆଇ ଘୋଷଡା ଯୋଗୁ ଦଳର ଅନେକ ବରିଷ୍ଠ ନେତାଙ୍କର ହାଲତ ଖରାପ ହେଇଯାଇଛି।

ନବୀନ ପଟ୍ଟନାୟକ କେନ୍ଦ୍ରରେ ବାଜପାୟୀଙ୍କ ସରକାରରେ କୋଇଲା ମନ୍ତ୍ରୀ ଥିବା ବେଳେ ଗୋଟିଏ ନାଗପୁର କମ୍ପାନୀକୁ କୋଇଲା ଖଣି ଦେଇଥିଲେ। ସେତେବେଳେ ଏହି କମ୍ପାନୀଟି ଟେକ୍ନିକାଲି ଗଠନ ହୋଇନଥିଲା ଗୋଟେ ନଥିବା କମ୍ପାନୀ ବା ଭୂତ କମ୍ପାନୀକୁ କେମିତି ଖଣି ଦିଆଗଲା ତାହାହିଁ ଏବେ ମୁଖ୍ୟ ପ୍ରଶ୍ନ ହୋଇଛି।

ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିବିଆଇ ଦି’ବର୍ଷ ତଳେ ଜେରା ବି କରିସାରିଛି। କିନ୍ତୁ ମାମଲାର କୌଣସି ଫ୍ଭେସଲା ହୋଇନାହିଁ। ଯେକୌଣସି ସମୟରେ ସିବିଆଇ ପୁଣି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜେରା ପାଇଁ ଡାକି ପାରେ ବୋଲି ଆଲୋଚନା ଜୋର ଦରିଛି। ଏହି ମାମଲା ଏବେ ସୁପ୍ରିମକୋର୍ଟକୁ ଯାଇଥିବାରୁ କେତେବେଳେ କ’ଣ ଘଟିବ କିଛି କୁହାଯାଇପାରିବ ନାହିଁ।

ମିଳୁଥିବା ସୂଚନା ଅନୁସାରେ ଏହି ମାମଲାରେ ସିବିଆଇ ବରୀ ବିଧାୟକ ଦେବାଶିଷ ନାୟକଙ୍କୁ ବି ଟାଣିବାକୁ ଯାଉଛନ୍ତି। ନବୀନ ପଟ୍ଟନାୟକଙ୍କୁ କୋଇଲା ମନ୍ତ୍ରୀ ଥିବା ବେଳେ ଦେବାଶିଷ ତାଙ୍କ ଓଏସଡି ଥିଲେ। ଦେବାଶୀଷ ସବୁ ନେଣଦେଣ ଦେଖିିଥିବେ ଓ ଜାଣିଥିବେ। ବିନା ନେଣଦେଣରେ ଭୂତ କମ୍ପାନୀକୁ କିଏ ଖଣି ଦିଏ କି? ତେଣୁ ଚାବି ନିହାତି ଥିବ ଦେବାଶିଷଙ୍କ ପାଖରେ ଥିବ। ତାଙ୍କ ନାଁ ବି ସିବିଆଇ ତାଲିକାରେ ଅଛି। ଦେଖାଯାଉ କେବେ ଭିଡା ହେଉଛନ୍ତି ବରୀ ବିଧାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ବିଧାୟକଙ୍କୁ ସାମ୍ନା ସାମ୍ନି ଯଦି ସିବିଆଇ ଜେରାକଲା ତ ବହୁ ଗୋପନ କଥା ପଦାକୁ ଆସିବା ଥୟ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ପୁରୀରୁ ସତ୍ୟ, ବାଲେଶ୍ଵରରୁ ନବଜ୍ୟୋତି

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *