ଗାଜର ଏକ, ଗୁଣ ଅନେକ

ଶୀତଦିନର ମୁଖ୍ୟ ପରିବା ଭାବେ ଏବେ ମାର୍କେଟର ଗାଜର ଭରପୁର ରହିଛି । ଅନ୍ୟ ଦିନ ଅପେକ୍ଷା ଶୀତଦିନେ ଗାଜର ଖାଇବା ବିଶେଷ ଲାଭପ୍ରଦ । ଗାଜରରେ ମିନେରାଲ୍, ଭିଟାମିନ୍ ଓ ପୋଟାସିୟମ୍ ଭରପୁର ମାତ୍ରାରେ ଥିବାଯୋଗୁଁ ଏହା ଶୀତଦିନିଆ ଚର୍ମରୋଗ ଓ ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗରୁ ମୁକ୍ତି ଦେଇଥାଏ । ଏହା ସହିତ ଅନ୍ୟ କେତେକ ରୋଗରୁ ମୁକ୍ତି ପାଇବା ପାଇଁ ଗାଜର ଖାଇବା ନିହାତି ଆବଶ୍ୟକ । ଗାଜରର ବିଶେଷ ଗୁଣ –
୧- ଶୀତଦିନେ ଶୁଷ୍କତ୍ୱଚାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟକ୍ଷ ଗାଜର ଜୁସ୍ ପିଅନ୍ତୁ କିମ୍ବା ସାଲାଡ୍ କରି ଖାଆନ୍ତୁ । ରକ୍ତରେ ଥିବା ବିଷାକ୍ତ କୋଷିକାକୁ ଦୂର କରିବାରେ ଗାଜର ବେଶ୍ ସହାୟକ । ତେଣୁ ଗାଜର ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।
୨- ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ଗାଜରର ଏକ ମୁଖ୍ୟ ଭୂମିକା ରହିଛି । ଗାଜରରେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ଥିବାରୁ ଏହା ଦୃଷ୍ଟିଶକ୍ତି ସମ୍ପର୍କିତ ସମସ୍ତ ରୋଗ ଦୂର କରିବା ପାଇଁ ଉପକାରୀ ।
୩- ଗାଜରରେ ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଭଳି ପୋଷକ ତତ୍ତ୍ୱ ରହିଥିବାରୁ ଏହା ଡାଇବେଟିସ୍କୁ ନିୟନ୍ତ୍ରଣରେ ରଖିଥାଏ ।
୪- ଗାଜରରେ କେରୋଟିନୟଡ଼୍ ନାମକ ଏକ ଗୁଣ ରହିଥିବାରୁ ଏହା କ୍ୟାନ୍ସର୍ ହେବା ଆଶଙ୍କାରୁ ମୁକ୍ତି ଦିଏ ।
୫- ଗାଜର ପ୍ରତିଦିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣ ହୋଇଥାଏ, ଫଳରେ ସମସ୍ତ ପ୍ରକାର ହୃଦ୍ରୋଗରୁ ମୁକ୍ତି ମିଳେ ।
୬- ଗାଜର ଖାଇବା ଦ୍ୱାରା ଯେ କୌଣସି କ୍ଷତ ଶୀଘ୍ର ଭଲ ହୋଇଯାଏ । ଏହା ବ୍ୟତୀତ ଗାଜରରେ ଥିବା କ୍ୟାଲ୍ସିୟମ୍ ହାଡ଼କୁ ମଜ୍ବୁତ୍ ରଖିବାରେ ସହାଯ୍ୟ କରେ ।

Leave a Reply

Your email address will not be published.