ଦେଶରେ ପ୍ରଥମ: ଅମୁଲ ବିକିବ ଓଟ କ୍ଷୀର
ଅମୁଲ ପକ୍ଷରୁ ଦେଶରେ ପ୍ରଥମଥର ପାଇଁ ଆଜିଠାରୁ ଓଟ କ୍ଷୀର ବ୍ରିକି ଆରମ୍ଭ ହେଉଛି। ଏହାର ଶୁଭାରମ୍ଭ ଗୁଜୁରାଟର ଅହମ୍ମଦାବାଦ, କଚ୍ଛ ଏବଂ ଗାନ୍ଧୀନଗରରୁ ହେବ। ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନର ମହାପ୍ରବନ୍ଧକ ଆରଏସ ସୋଧି କହିଛନ୍ତି ଯେ ଗୁରୁବାରଠାରୁ ଓଟ ଦୁଗ୍ଧ ଅଧ ଲିଟର ବୋତଲରେ ବଜାରରେ ଉପଲବ୍ଧହେବ।

ଏ କ୍ଷୀର ଅନେକ ପ୍ରକାର ଫାଇଦା ରହିଛି। ଏହା ମଧୁମେହ ରୋଗକୁ ହ୍ରାସ କରିବାରେ ସହଯୋଗ କରୁଥିଲା ବେଳେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି। ଯେଉଁମାନେ ଗାଈ ଏବଂ ମହିଁଷି ଦୁଗ୍ଧ ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।
ଗୋଟିଏ ଲିଟର କ୍ଷୀର ମୂଲ୍ୟ ୫୦ ଟଙ୍କା ରହିଛି। ଆମେ ଏବେ ଅଧିକରୁ ଅଧିକ ଓଟ ଦୁଗ୍ଧ ସଂଗ୍ରହ କରୁଛୁ। ଦୁଗ୍ଧ ସଂଗ୍ରହ ମାତ୍ରା ବୃଦ୍ଧି ପାଇବା ହିସାବରେ ଅନ୍ୟ ବଜାରରେ ପହଞ୍ଚାଇବୁ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଅମୁଲ ପକ୍ଷରୁ ଓଟ କ୍ଷୀରରେ ପ୍ରସ୍ତୁତ ଚକଲେଟ ବଜାରକୁ ଆସିଥିଲା ବେଳେ ଏହାକୁ ଲୋକ ପସନ୍ଦ କରୁଛନ୍ତି।