ଏଣିକି ତିନି ସେନାର ଜଣେ ମୁଖ୍ୟ, କେନ୍ଦ୍ର ସରକାର ତିଆରି କଲେ ନୂଆ ପଦବୀ
ଭୁବନେଶ୍ଵର, (ଓଟି): ଭାରତୀୟ ସେନା ବାହିନୀର ଏକତ୍ରୀକରଣ ହେବାକୁ ଯାଉଛି। ସ୍ଥଳ, ଜଳ, ଆକାଶ ବାହିନୀର ଜଣେ ସେନାମୁଖ୍ୟ ରହିବେ। ଏଥିପାଇଁ ଏକ ସ୍ଵତନ୍ତ୍ର ପଦବୀ ସୃଷ୍ଟି କରାଯାଇଛି। ତାଙ୍କୁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ସମ୍ବୋଧନ କରାଯିବ। ଜଣେ ଚାରି ତାରକା ଜେନେରାଲ୍ଙ୍କୁ ଏହିପଦବୀରେ ନିଯୁକ୍ତି ମିଳିବ। ସେ ସେନାବାହିନୀ ବ୍ୟାପାର ବିଭାଗକୁ ପ୍ରତିନିଧିତ୍ଵ କରିବେ ବୋଲି କେନ୍ଦ୍ର କ୍ୟାବିନେଟ୍ ଗ୍ରହଣ କରିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି।
ଭାରତୀୟ ସେନାକୁ ମଜଭୁତ କରିବା ତଥା ସେନାବାହିନୀ ପ୍ରଶାସନରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଗତ ସ୍ଵାଧୀନତା ଦିବସ ଅବସରରେ ଘୋଷଣା କରିଥିଲେ। ଏବେ ତିନି ସେନାର ତିନିଜଣ ମୁଖ୍ୟ ରହିଛନ୍ତି। ରାଷ୍ଟ୍ରପତି ସେମାନଙ୍କୁ ନିଯୁକ୍ତି ଦେଇଥାଆନ୍ତି।