ସି-ଭୋଟର ସର୍ଭେ: ଲୋକସଭାରେ ବିଜେଡିକୁ ମିଳିବ ୧୦ଓ ବିଜେପିକୁ ୧୧ ଆସନ

ଏନଡିଏ ୨୬୪, ୟୁପିଏକୁ ୧୪୩ ଆସନ,  ଅନ୍ୟ ୧୩୯, କେବଳ ବିଜେପିକୁ ୨୪୧- କଂଗ୍ରେସକୁ ୮୬

ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳକୁ ୧୦ ଓ ବିଜେପିକୁ ୧୧ଟି   ଆସନ ମିଳିବ।    ଆଇଏଏନଏସ ପକ୍ଷରୁ ସି-ଭୋଟର କରିଥିବା ଷ୍ଟେଟ ଅଫି ଦି ନେସନ ମାର୍ଚ୍ଚ ୨୦୧୯ ୱେଭ-୨ ସର୍ଭେରେ ଏହା କୁହାଯାଇଛି। ସେହିପରି ଉଭୟ ଭୋଟ ସେୟାର ଓ ଆସନ ସଂଖ୍ୟା ଦୃଷ୍ଟିରୁ ୟୁପିଏ ତୁଳନାରେ ଏନଡିଏ ଭଲ ପ୍ରଦର୍ଶନ କରିବ। ୫୪୩ ଲୋକସଭା ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୬୪, କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ୧୪୩ ଆସନ ଓ ଅନ୍ୟ ଦଳକୁ ୧୩୯ ମିଳିବ।  ସେହିଭଳି ଭୋଟ ହାର କଥା ଦେଖିଲେ ଏନଡିଏ ୪୨% ଓ ୟୁପିଏ ୩୦.୪% ଭୋଟ ପାଇବ ବୋଲି ସର୍ଭେରେ ଏହା କୁହାଯାଇଛି।

ଗତ ଜାନୁଆରୀ ୧ ତାରିଖରୁ ଚଳିତ ସପ୍ତାହ ମଧ୍ୟରେ ୫୪୩ ଲୋକସଭା ଆସନରୁ ୭୦ ହଜାର ଲୋକଙ୍କ ମତାମତକୁ ଏହି ସର୍ଭେରେ ସାମିଲ କରାଯାଇଛି। ଗତ ୨୪ ତାରିଖରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ଜାତୀୟତାବାଦ, ନିଯୁକ୍ତି ସୁଯୋଗ ସୃଷ୍ଟି, ଚାଷ ଓ ଚାଷୀ ସମସ୍ୟା ଦୂର ଏବଂ ଆର୍ଥିକ ଅଭିବୃଦ୍ଧି ଆଦି ପ୍ରସଙ୍ଗ ଏନଡିଏର ଏହି ସଫଳତା ପଛର କାରଣ ହେବ। କିନ୍ତୁ ଗତ ମାର୍ଚ୍ଚ ୧୦ ତାରିଖରେ ସି-ଭୋଟର କରିଥିବା ଅନ୍ୟ ଏକ ସର୍ଭେରେ କହିଥିଲା କି ଏନଡିଏ ସଂଖ୍ୟାଗରିଷ୍ଠତାରୁ କମ ଭୋଟ ପାଇବ। ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ସଂଖ୍ୟା ହେଉଛି ୨୭୨। କିନ୍ତୁ ଏନଡିଏକୁ ୨୬୪ ଆସନ ମିଳିବ। ସେଥିରୁ ବିଜେପିର ସଂଖ୍ୟା ରହିବ ୨୪୧। ସେହିଭଳି ୟୁପିଏ ୧୪୧ ଆସନ ପାଇବ। ସେଥିରୁ କଂଗ୍ରେସର ସଂଖ୍ୟା ରହିବ ୮୬।

ସର୍ଭେ ଅନୁସାରେ କୌଣସି ମେଣ୍ଟରେ ନଥିବା ଆନ୍ଧ୍ରରେ ୱାଇଏସଆର  କଂଗ୍ରେସ ୧୦ ଆସନ ପାଇବ। ମିଜୋରମରେ ମିଜୋ ନ୍ୟାନାଲ ଫ୍ରଣ୍ଟ ଗୋଟିଏ ଆସନ ପାଇବାକୁ ଥିବାବେଳେ ଓଡ଼ିଶାରେ ବିଜୁ ଜନତା ଦଳକୁ ୧୦ ଓ ତେଲେଙ୍ଗାନାରେ ଟିଆରଏସକୁ ୧୬ ଆସନ ମିଳିବ। ଏସବୁ ଆସନ ମିଶିଲେ ହେଉଛି ୩୭।

ଏନଡିଏର ପ୍ରାକ ନିର୍ବାଚନୀ ମେଣ୍ଟ ସହିତ ପରବର୍ତ୍ତୀ ସମୟର ଯଦି ଏହି ଆସନ ମିଶିବ ତେବେ ତାହା ୨୯୮କୁ ବୃଦ୍ଧି ପାଇବ। ବିଜେପି ବିହାରରେ ଜେଡିୟୁ ଓ ଏଲପିଜି ସହ ମେଣ୍ଟ କରିଛି। ସେଠାରେ ବିଜେପିକୁ ୧୯ ଓ ଅନ୍ୟ ଦୁଇ ସହଯୋଗୀ ଦଳ ୨୦ ଆସନ ପାଇବାର ସମ୍ଭାବନା ରହିଛି।

ସେହିଭଳି ବିଜେପି ମହାରାଷ୍ଟ୍ରରେ ଶିବସେନା(୧୪ଟି ଆସନ), ଆସାମରେ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ(୧ ଆସନ), ପଞ୍ଜାବରେ ଶିରୋମଣୀ ଅକାଳୀ ଦଳ-ବାଦଲ(୧ ଆସନ), ତାମିଲନାଡ଼ୁରେ ଏଆଇଏଡିଏମକେ(୭ ଆସନ) ଓ ଉତ୍ତରପ୍ରଦେଶରେ ଆପନା ଦଳ-ସୋନେଲାଲ(୧ ଆସନ) ମେଣ୍ଟ କରିଛି। ଏହାକୁ ମିଶାଇଲେ ମୋଟ ୪୭ ଆସନ ଏନଡିଏ ମେଣ୍ଟକୁ ଆସିବ।

ସର୍ଭେ ଅନୁସାରେ ଏନଡିଏଠାରୁ ୟୁପିଏ ପଛରେ ରହିଯିବ। ୟୁପିଏ ଆସାମରେ ଏୟୁଆଇଡିଏଫ(୧), କେରଳରେ ଏଲଡିଏଫ(୩), ୟୁପିରେ ମହାମେଣ୍ଟ(୪୮) ଓ ପଶ୍ଚିମବଙ୍ଗରେ ଟିଏମସି (୨୩ଆସନ)କୁ ନେଇ ଯଦି ନିବାଚନୀ ପରବର୍ତ୍ତୀ ମେଣ୍ଟ କରେ ତେବେ ଏହାର ସଂଖ୍ୟା ୨୨୯କୁ ବୃଦ୍ଧି ପାଇବ।  ଯାହା ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଠାରୁ ୪୩ କମ। ଯଦି କଂଗ୍ରେସ ଦିଲ୍ଲୀରେ ଆପ ସହିତ ମେଣ୍ଟ କରିବ ତେବେ ସେଠାରେ ୩ ଆସନ ପାଇବ।

ଯଦି ୟୁପିରେ ମହାମେଣ୍ଟ ନରହିଲା ତେବେ ୟୁପିଏ ସେଠାରେ ୨ଟି ଆସନ ପାଇବ। ଅପରପକ୍ଷରେ ସମାଜବାଦୀ ପାର୍ଟି ୪, ବହୁଜନ ସମାଜ ପାର୍ଟି ୨ ଏବଂ ବିଜେପିକୁ ୭୨ ଆସନ ମିଳିବ। ଯଦି ୟୁପିରେ ମହାମେଣ୍ଟ କାଏମ ରୁହେ ତେବେ ବିଜେପିକୁ ମାତ୍ର ୨୮ ଆସନ ମିଳିବ। 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ସମ୍ୱଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ସୁବାସ!

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

Leave a Reply

Your email address will not be published. Required fields are marked *