ପୁଣି ବଢିଲା ବସ୍ ଭଡା
କଟକ, (ଓଡିଶା ଟାଇମ୍) :ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ହୋଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ଗତ କିଛି ଦିନ ହେଲା ଯେପରି ଡିଜେଲ୍ ଦର ବୃଦ୍ଧି ପାଇବାରେ ଲାଗିଥିଲା ବସ୍ ଭଡା ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଥିଲା ।
ବର୍ଦ୍ଧିତ ଭଡା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ସାଧାରଣ ବସ୍ ଭଡା ୮୦ ପଇସାରୁ ୮୫କୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡା ୮୪ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି ହୋଇଛି । ଡିଲକ୍ସ ବସ୍ ଭଡା ୧ ଟଙ୍କା ୧୧ ପଇସାରୁ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୩୯ ପଇସାରୁ ୧ ଟଙ୍କା ୪୯ ପଇସା ବୃଦ୍ଧି କରାଯାଇଛି । ସୁପର ପ୍ରିମିୟମ୍ ଭଢା ୨ଟଙ୍କା ୭୦ରୁ ୨ଟଙ୍କା ୩୨ପଇସା ହେଲା