ନେପାଳରେ ଓଡ଼ିଆ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ ୩ ଗୁରୁତର

ନେପାଳର କାଠମାଣ୍ଡୁ ଗସ୍ତରେ ଥିବା ୨୩ ଜଣିଆ ଓଡ଼ିଆ ପର୍ଯ୍ୟଟକ ଗୋଷ୍ଠୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦିନ ଗୋଟାଏ ବେଳେ କାଠମାଣ୍ଡୁ ନିକଟସ୍ଥ ମଙ୍ଗଳପୁରଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି।

ମୃତ ବ୍ୟକ୍ତିମାନେ ହେଲେ ୫୨ ବର୍ଷୀୟ ବିଜୟକୁମାର ଜେନା ଓ ୫୪ ବର୍ଷୀୟ ଚରଣ ବିଶ୍ଵାଳ। ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ୫୫ ବର୍ଷୀୟ ଚରଣ ବିଶ୍ଵାଳ, ୫୩ ବର୍ଷୀୟ ଶେଷଦେବ ଜେନା, ଏବଂ ୬୩ ବର୍ଷୀୟ କରୁଣା କର୍ଜୁନ ଅୱସ୍ତି। ଏମାନଙ୍କ ଘର ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ବିରଜଙ୍ଗ ନ୍ୟୁରୋ ହସ୍‌ପିଟାଲ୍‌ କର୍କିରେ ଚିକିତ୍ସା କରାଯାଉଛି। ଜନକପୁରଠାରୁ ଏହି ବସ୍‌ କାଠମାଣ୍ଡୁ ଆଡ଼କୁ ଯାଉଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଗଭୀର ସମବେଦନା ଜଣାଇଛନ୍ତି। ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ସହିତ ଶବ ଫେରାଇ ଆଣିବା ପ୍ରକ୍ରିୟାରେ ଆବଶ୍ୟକ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବା ସହ ସେ ଆହତମାନଙ୍କୁ କିପରି ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ନେଇ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।

Leave a Reply

Your email address will not be published.