ଘାଟିରେ ଫାଟିଲା ବସ୍‌ ଚକା

ଭଞ୍ଜନଗର(ଓଟି): ଯେତେ ସଚେତନତା କରାଗଲେ ମଧ୍ୟ କୌଣସି ନା କୌଣସି କାରଣରୁ ପ୍ରତ୍ୟେହ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଚାଲିଛି। ବିଶେଷକରି ବସ୍‌ ଦୁର୍ଘଟଣା କମିବାର ନାଁ ଧରୁନି। ତପ୍ତପାଣି ବସ୍‌ ଦୁର୍ଘଟଣା ପରେ ପରେ ବୁର୍ଲା ବ୍ରିଜ୍‌ ନିକଟରେ ବସ୍‌ ଓଲଟିବା ଘଟଣା ମନରୁ ନଲିଭୁଣୁ ପୁଣି ଆଜି ଦୁର୍ଘଟଣା ଘଟିଛି। ଦାରିଙ୍ଗିବାଡ଼ିରୁ ଫେରୁଥିବା ଏକ ପିକ୍‌ନିକ୍‌ ବସ୍ ଦୁର୍ଘଟଣା ଗସ୍ତ ହୋଇଛି। ବସ୍‌ ଚକା ଫାଟିଯିବାରୁ ଏଭଳି ହୋଇଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟକୁ ବିପଦରୁ ବର୍ତ୍ତିଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ।

ସୂଚନା ଅନୁସାରେ ଭୁବନେଶ୍ଵର ଏକ ଘରୋଇ କଲେଜ ଛାତ୍ରଛାତ୍ରୀ ପିକ୍‌ନିକ୍ ସାରି ଫେରୁଥିଲେ। ତେବେ ବସ୍‌ର ଚକ ଫାଟିଯିବାରୁ ତାହା ଘାଟି ତଳକୁ ଖସିବା ଅବସ୍ଥାକୁ ଚାଲିଆସିଥିଲା। କିନ୍ତୁ ଘାଟିରେ ଝୁଲିକି ରହିଯିବା ବସ୍ ଭିତରୁ ସାହସ କରି ଛାତ୍ରଛାତ୍ରୀ କାଚ ଭାଙ୍ଗି ବାହାରି ଆସିଥିବା ଜଣାପଡ଼ିଛି। ବୁଧବାର ରାତିରେ ଦାରିଙ୍ଗିବାଡ଼ି ଘାଟିରେ ଏଭଳି ଦୁର୍ଘଟଣା ଘଟିଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ ଯୋଗେ ପଠାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *