ବୁର୍ଲା: #lockdownକୁ ଅମାନ୍ୟ କଲେ, ଗିରଫହେଲେ #covid19 ସନ୍ଦିଗ୍ଧ

ସମ୍ବଲପୁର, (ଓଟି): ବୁର୍ଲା ପୁଲିସ ଜଣେ ସନ୍ଦିଗ୍ଧ #covid19  ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଛି। ସମ୍ପୃକ୍ତ ବ୍ୟକ୍ତି କିଛିଦିନ ତଳେ କାଜାଗିସ୍ତାନରୁ ଫେରିଥିଲେ। କିନ୍ତୁ କୋଭିଡ୍‌୧୯ ନିୟମାବଳୀ ତଥା ଲକ୍‌ଡାଉନ୍‌ ଆଦେଶକୁ ଅମାନ୍ୟ କରି ନଜର ଏବଂ ତାଙ୍କ ପାଖ ଆଖ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ସୃଷ୍ଟି ହୋଇଥିଲା। କ୍ଷମତାପନ୍ନ ଅଧିକାରୀଙ୍କ ରିପୋର୍ଟକ ଆଧାର କରି ବୁର୍ଲା ପୁଲିସ ତାଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯, ୨୭୦, ୨୭୧ ରୁଜୁ କରିଛନ୍ତି। ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। 

ନିକଟରେ ବିଦେଶରୁ ଫେରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ୧୪ ଦିନର ପୃଥକୀକରଣ ଏବଂ ଏକାନ୍ତୀକରଣରେ ରହିବା ପାଇଁ ସରକାର  ଆଦେଶ ଦେଇଛନ୍ତି। ବିଶ୍ଵସ୍ଵାସ୍ଥ୍ୟ ସଂଗଠନଙ୍କ ନିୟମାବଳୀକୁ ମାନି ସରକାର ମହାମାରୀ ଆଇ ୧୮୯୭ ଆଧାରରେ ପ୍ରସ୍ତୁତ କୋଭିଡ୍‌ ୧୯ ନିୟମାବଳୀକୁ ଲାଗୁ କରି ଏହି ଆଦେଶ ଜାରି କରିଛନ୍ତି। ଏହାବଳରେ ସମ୍ବଲ୍‌ପୁର ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କିନ୍ତୁ ଏହି ବ୍ୟକ୍ତି ଜଣକ ତାହା ଉଲ୍ଳଙ୍ଘନ କରିଥିବା ଅଭିଯୋଗ ହୋଇଛି। 

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଧାନକଉଡ଼ା ବିଡିଓଙ୍କ ପକ୍ଷରୁ ସୂଚନା ପାଇବା ପରେ ଏହି ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିଲା। ଏହାଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ରକ୍ଷା କରିବାକୁ ଯାଇ ତାଙ୍କ ନାଁ ପ୍ରଘଟ କରାଯାଇ ନାହିଁ। 

ଯେହେତୁ କୋଭିଡ୍‌-୧୯ର ଏଯାଏ କିଛି ପ୍ରତିଶେଧକ ଟୀକା ବା ଚିକିତ୍ସା ଔଷଧ ବାହାରି ନାହିଁ ଏଣୁ ୧୪ ଦିନର ଏକାନ୍ତୀକରଣକୁ ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରାଯାଇଛି। 

 

Leave a Reply

Your email address will not be published.