ପ୍ରକୃତିର ଲୀଳା: ପୂର୍ବରେ ବିତ୍ପାତ ପଶ୍ଚିମରେ ସମ୍ପଦ; ବମ୍ପର ଉତ୍ପାଦନ କଲେ ଚାଷୀ
ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବାତ୍ୟା ‘ଫୋନି’ ରଚିଥିବା ତାଣ୍ଡବ ଏବେ ଆଖିରୁ ଲୁହ ହୋଇ ବୋହୁଛି। କେବେ ଏଠାର ଅଧିବାସୀଙ୍କ ଅବସ୍ଥା ସ୍ଵଭାବିକ ହେବ, ସେମାନେ ନିଜର ଜୀବନଜୀବୀକା ଫେରି ପାଇବେ ତାହାର ପତ୍ତା ମିଳୁ ନାହିଁ। ଏଭଳି ପରିସ୍ଥିତିରେ ଓଡ଼ିଶାର ଅର୍ଥନୀତିକୁ ସଳଖିବାକୁ ଅଣ୍ଟା ଭିଡ଼ିଛି ପଶ୍ଚିମପ୍ରାନ୍ତ। ଏହି ଅଞ୍ଚଳରେ ହୋଇଥିବା ବମ୍ପର କ୍ରପ୍ ସେମାନଙ୍କ ବିଗତ ୪/୫ ବର୍ଷର ଦୁଃଖକୁ ଲାଘବ କରିବ ବୋଲି ସେମାନେ ଆଶା କରିଛନ୍ତି।
ରବି ଋତୁର ଅମଳ ସମୟରେ ହସି ଉଠିଛନ୍ତି ପଶ୍ଚିମାଞ୍ଚଳ ବିଶେଷକରି ହୀରାକୁଦ କମାଣ୍ଡ ଅଞ୍ଚଳର ଚାଷୀ। କାରଣ ହେଉଛଇ ଏଥର ସେମାନଙ୍କ ଜମି ଅମଳ ଦେଇ ବରଂ ବମ୍ପର ଅମଳ ଦେଇଛି। ଏକର ପିଛା ପ୍ରାୟ ୩୦ରୁ୩୫ କୁଇଣ୍ଟାଲ୍ ଧାନ ଅମଳ ହୋଇଥିବା ଜଣାପଡ଼ିଛି। ଡାଳୁଅ ଧାନ ଅମଳରେ ଏହି ସଫଳତା ଏବେ ଚାଷୀ ମନରେ ହସ ଫୁଟାଇଛି।
ଧାନ କିଣା ପାଇଁ ଉଦ୍ଦିଷ୍ଟ ପ୍ରଥମ ଦିନରେ ମଣ୍ଡି ଖୋଲିବା କ୍ଷଣି ଚାଷୀଙ୍କଠାରୁ ୩୫ ଜଣ ଚାଷୀ ୭୬୪୬ ବସ୍ତା ଧାନ ବିକ୍ରି କରି ପାରିଛନ୍ତି। କିନ୍ତୁ ଆଗକୁ ସରକାର ତାଙ୍କ ପାଖରୁ ଅମଳ ହୋଇଥିବା ସବୁ ଧାନ କିଣିବେ କି ନା ସେ ନେଇ ଆଶଙ୍କାରେ ବି ସେମାନେ ଅଛନ୍ତି।
କମାଣ୍ଡ ଅଞ୍ଚଳର ଅଗ୍ରଣୀ ଚାଷୀ ବ୍ୟୋମକେଶ ଠାକୁର କହିଛନ୍ତି ବିଗତ ୫/୬ ବର୍ଷ ହେଲା ଉଭୟ ଖରିଫ ଓ ରବି ଋତୁରେ ଆଶାନୁରୂପକ ଉତ୍ପାଦନ ହେଉ ନଥିଲା। ଅକାଳନରେ ବର୍ଷା, ପ୍ରତିକୂଳ ପାଗ, ରୋଗପୋକ ହେତୁ ଚାଷୀକୂଳ କନିରନ୍ତର ଭାବେ କ୍ଷତି ସହି ଆସୁଥିଲେ। ଏପରିକି ସେମାନଙ୍କ ଅର୍ଥନୀତି ଦୋହଲି ଯାଇଥିଲା। ଏଥର କିନ୍ତୁ ଅବସ୍ଥା ବିପରୀତ ହୋଇଛି। ଏବର୍ଷର ଅମଳ ୪/୫ବର୍ଷର କ୍ଷତିକୁ ଭରଣା କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସେହିପରି ସିନ୍ଦୁରପଙ୍କର ଚାଷୀ ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ଚାଷ ଆଉ ଲାଭଜନକ ହେଇ ନାହିଁ। ଗଲା ବଷର୍ର୍ଗୁଡ଼ିକର ହିସାବ ଏହାକୁ ସ୍ପଷ୍ଟ କରୁଛି। କିନ୍ତୁ ଏଥରର ହିସାବ କିଛଇ ଓଲଟା ଫଳ ଦେବ।
ଏଥରର ଧାନ କ୍ଷେତକୁ ଗଲେ ଫସଲ ଦେଖି ବିଶେଷ ଖୁସି ମିଳୁଛି ବୋଲି କହିଛନ୍ତି କୃଷକ ସଂଗଠନ ନେତା ଅଶୋକ ପ୍ରଧାନ।

ଅସ୍ପଷ୍ଟ ସରକାରୀ ନୀତି
ଏଥର ହୀରାକୁଦ କମାଣ୍ଡ ଅଞ୍ଚଳରୁ ୭ ଲକ୍ଷ ୬୭ ହଜାର ୬୦୦ ବସ୍ତା ଧାନ ସଂଗ୍ରହ କରାଯିବାକୁ ସରକାରୀ ଭାବେ ସ୍ଥିର କରାଯାଇଛି। ତେବେ ଏକର ପିଛା ଚାଷୀଙ୍କଠୁ ସର୍ବାଧିକ କତେ ଧାନ ସଂଗଅହଂ କରାଯିବ ସେ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ଫଳରେ ଚାଷୀ ଅନିଶ୍ଚିତତା ଭିତରେ ରହିଛି। ପୁଣି ଫୋନି ପ୍ରଭାବରେ ରାଜ୍ୟ ଯେଉଁ ବିପର୍ଯ୍ୟୟର ଶିକାର ହୋଇଛଇ ତାହା ଧାନ କିଣା ଉପରେ ବି ପଡ଼ିଛି। ବୈଷୟିକ ସଂଯୋଗରେ ବାଧା ହେତୁ ଚାଷୀ ଅନ୍ଲାଇନ୍ରେ ପ୍ୟଞ୍ଜିକରଣ କରିପାରୁ ନାହାନ୍ତି। ପୁଣି ଯେଉଁମାନେ ଧାନ ବିକ୍ରି କରୁଛନ୍ତି ସେମାନଙ୍କୁ ବି ତତ୍କ୍ଷଣାତ୍ ପଇସା ମିଳୁ ନାହିଁ।
ସମ୍ବଲପୁରରେ ୨ହଜାର କୋଟି
ଏଥର ସାଧାରଣ ଧାନ କ୍ଵିଣ୍ଟାଲ୍ ପିଛା ୧୭୫୦ ଏବଂ ଏ ଗ୍ରେଡ୍ ଧାନ କ୍ଵିଣ୍ଟାଲ୍ ପିଛା ୧୭୭୦ ଟଙ୍କା ଲେଖାଏଁ ଦରରେ ସରକାର କିଣିବେ। ଏଥିପାଇଁ ମଣ୍ଡିଗୁଡ଼ିକୁ ଆବଶ୍ୟକ ନିର୍ଦେଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲାରେ ଡାଳୁଅ ଧାନ କିଣିବା ଲାଗି ୨୯ଟି ମଣ୍ଡି ଖୋଲା ଯାଇଛି। ୩୮ଟି ମିଲର୍ଙ୍କୁ ଏଇଠାରେ ଧାନ କିଣିବାକୁ ଅନୁମତି ଦିଆଯାଇଛି। ପ୍ରତିବର୍ଷ କେବଳ ସମ୍ବଲପୁର ଜିଲ୍ଲାରେ ୨୦ଜାର କୋଟି ଟଙ୍କାର ଧାନ କିଣାବିକା ହୁଏ ବୋଲି ଅଶୋକ ପ୍ରଧାନ କହିଛନ୍ତି।