ବଜେଟ୍‌ ପ୍ରତିକ୍ରିୟା

‘ଆକାଉଣ୍ଟ ଫର୍‌ ଭୋଟ’:ଚିଦାମ୍ବରମ୍ 

ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପିୟୂଷ ଗୋୟଲଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କାମଚଳା ବଜେଟକୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ତୀବ୍ର ସମାଲୋଚନା କରିଛନ୍ତି। କାମଚଳା ବଜେଟର ସମାଲୋଚନା କରିବାକୁ ଯାଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍‌ କହିଛନ୍ତି ଯେ କାମଚଳା ଅର୍ଥମନ୍ତ୍ରୀ ପିୟୂଷ ଗୋୟଲଙ୍କ ଦ୍ୱାରା ଏହା ଏକ ‘ଭୋଟ ଅନ୍‌ ଆକାଉଣ୍ଟ ନଥିଲା; ବରଂ ଏହା ଥିଲା ଆକାଉଣ୍ଟ ଫର୍‌ ଭୋଟ।’

ଏହା ଏକ ଟ୍ରେଲର ମାତ୍ର

ନୂଆ ବଜେଟ ନୂଆ ଭାରତ ଓ ସବୁ ଭାରତୀୟଙ୍କ ପାଇଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଏହି ବଜେଟ ଦେଶର ସାଧାରଣ ଜନତାଙ୍କୁ ସଶକ୍ତ କରିବ। ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ପିୟୂଷ ଗୋୟଲଙ୍କ ଦ୍ୱାରା ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ ପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏନଡିଏ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦେଶର ସବୁବର୍ଗର ଲୋକଙ୍କୁ ଛୁଇଁଛି। ତେବେ ଏହା ଏକ ଟ୍ରେଲର ମାତ୍ର, ପ୍ରକୃତ ବିକାଶ ମୂଳକ ବଜେଟ ତ ଆସନ୍ତା ନିର୍ବାଚନ ପରେ ଆସିବ ଯାହାକି ଭାରତକୁ ବିକାଶ ପଥରେ ଆଗେଇ ନେବ । ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ କୃଷକ, ଶ୍ରମିକଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଏମଏସଏମଇ କ୍ଷେତ୍ର ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି । ସେହିପରି ଗୃହନିର୍ମାଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରର ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି ବଜେଟ ଅଧିକରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ଶୃଙ୍ଖଳରୁ ମୁକ୍ତ କରିବ ।

ଅର୍ଥମନ୍ତ୍ରୀ ପିୟୂଷ ଗୋୟଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି,କୃଷି ଓ କୃଷକ ସରକାରଙ୍କ ପ୍ରଥମ ପ୍ରାଥମିକତା। ଏହି ବଜେଟ ଏକ ଐତିହାସିକ ବଜେଟ। ସମସ୍ତ ବର୍ଗଙ୍କୁ ଧ୍ୟାନରେ ରଖିବା ଭଳି ବଜେଟ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି,ବଜେଟରେ ସମସ୍ତ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି। ଋଣ ନେଉନଥିବା କୃଷକ ଅଧିକ ଲାଭବାନ ହେବ। ସବୁ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇଛି।

କଂଗ୍ରେସ ନେତା ଶଶି ଥରୁର କହିଛନ୍ତି,ଏ ବଜେଟ ନିରାଶ କଲା ପରି ବଜେଟ। କୃଷକଙ୍କ ଲାଗି ଯାହା ଘୋ।ଣା କରାଯାଇଛି ତାହା ବହୁତ କମ୍‌। ଜଣେ ଚାଷୀଙ୍କୁ ବର୍ଷରେ ୬ହଜାର ଦେବା ଘୋଷଣାକୁ ସେ ରାଜନୀତିକରଣ ବୋଲି କହିଛନ୍ତି। ଏହାସହିତ କରଦାତାଙ୍କ ଲାଗି ହୋଇଥିବା ଘୋଷଣାକୁ ଭଲ ପଦକ୍ଷେପ ବୋଲି ଥରୁର କହିଛନ୍ତି।

Leave a Reply

Your email address will not be published.