ବଜେଟ୍୨୦୧୯ ହାଇଲାଇଟ୍ସ୍
• ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଆଜି ବଜେଟ୍ ୨୦୧୮-୨୦୧୯ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ୱିତୀୟ ଅବକାଶର ପ୍ରଥମ ବଜେଟ୍ ।
• ଏହି ବଜେଟ୍ରେ ନିର୍ମଳା ସୀତାରମଣ ଗାଁ, ଗରିବ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିବା କହିଛନ୍ତି । ଏହା ତାଙ୍କ ସରକାରର ପ୍ରାଥମିକତା ବୋଲି ବଣ୍ଣନା କରିଛନ୍ତି । କୃଷକଙ୍କ ପାଇଁ “ଶୂନ୍ୟ ବଜେଟ୍ କୃଷି’ ପରି ଅଭିନବ ଚିନ୍ତାଧାରା ପ୍ରଚଳନ କରିବାକୁ ସରକାର ଯାଉଛନ୍ତି । ଏହାଦ୍ୱାରା କୃଷକଙ୍କୁ କିଛି ନିବେଶ କରିବାକୁ ପଡ଼ିବ ନାହିଁ । ଲାଭ ଦ୍ୱିଗୁଣିତ ହେବ ସରକାର ଆମଦରନୀ ନୀତିରେ ପରିବର୍ତ୍ତନ ଆଣୁଛନ୍ତି । କମ୍ରୁ କମ୍ ଆମଦାନୀ ଉପରେ ସରକାର କାର୍ଯ୍ୟ କରିବେ। ଆମେ କୃଷି ଭିତ୍ତିଭୂମିରେ ବ୍ୟାପକ ନିବେଶ କରିବାକୁ ଯାଉଛୁ ବୋଲି ସୀତାରମଣ କହିଛନ୍ତି ।
• ବିଦେଶୀ ପୁଞ୍ଜି ନିବେଶ ପାଇଁ ଏଥିରେ ସର୍ତ୍ତ କୋହଳ କରାଯାଇଛି । ଏକ୍ଷେତ୍ରରେ ଘରୋଇ ଉଦ୍ୟାଗକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ । ମିଡିଆ, ଆନିମେସନ୍ କ୍ଷେତ୍ରରେ ଏଫ୍ଡିଆଇ ସୁଯୋଗ।
• ଇନ୍ସ୍ୟୁରାନ୍ସରେ ୧୦୦ ପ୍ରତିଶତ ଏଫ୍ଡିଆଇ
• ବ୍ୟାଙ୍କ ଏକତ୍ରୀକରଣ । ମସୁଦାୟ ୮ ଜାତୀୟକରଣ ବ୍ୟାଙ୍କ । ସରକାରୀ ବ୍ୟାଙ୍କର ମୁଣ୍ଡପିଛା ଏନ୍ପିଏ ହ୍ରାସ । ୪ ବର୍ଷରେ ୪୦୦କୋଟି ଏନ୍ପିଏ ଆଦାୟ ।
• ୯.୬ କୋଟି ଶୌଚାଳୟ ନିର୍ମିତ, ୫.୬ ଲକ୍ଷ ଗାକୁ ଖୋଲା ଶୌଚମୁକ୍ତ ଘୋଷଣା. ୯୫ ପ୍ରତିଶତ ସହର ଖେଶଲଶ ଶୌଚମୁକ୍ତ । ସହରାଞ୍ଚଳର ୪୫ ପ୍ରତିଶତ ସାଧାରଣ ଶୌଚାଗାର । ଭାରତୀୟ ସହରାଞ୍ଚର ୫୩ ପ୍ରତିଶତ ସ୍ଥାନରେ ସାଧାରଣ ଶୌଚାଗାର । କେଉଁଠି ରହିଛି ଶୌଚାଗାର ତାହାର ଗୁଗୁଲ୍ ମ୍ୟାପିଂ । ୧ କୋଟି ସ୍ୱଚ୍ଛ ଭାରତ ଆପ୍ ହୋଇଛି ଡାଉନ୍ଲୋଡ୍ ।
• ୨୫୬ ଜିଲ୍ଲାର ୧୫୯୨ଟି ବତଲକ୍ରେ ପାଣି ସମସ୍ୟା ଉକ୍ରଟ, ସ୍ୱତନ୍ତ୍ର ଧ୍ୟାନ
• ଏମ୍ଏସ୍ଏମ୍ଇଙ୍କ ପାଇଁ ଏକକ ପେମେଣ୍ଟ ପ୍ଳାଟ୍ଫର୍ମ
• ଇଲେକ୍ଟ୍ରିକ୍ ଯାନ ପାଇଁ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ।
• ଜାତୀୟକରଣ ବ୍ୟଶଙ୍କରେ ଋଣ କାରବାର ବଢ଼ାଇବାକୁ ୭୦ ହଜାର କୋଟି ଟଙ୍କା । ଦୁଆର ମୁହଁରେ ବ୍ୟାଙ୍କ୍, ଅନ୍ଲାଇନ୍ରେ ପର୍ସନାଲ୍ ଋଣକୁ କୁ ସ୍ୱିକୃତୀ ।
• ଖୁବ୍ଶୀଘ୍ର ବଜାରକୁ ଆସିବ ୧, ୨ , ୫, ୧୦ ଏବଂ ୨୦ ଟଙ୍କିଆ କଏନ୍ । ମାର୍ଚ୍ଚମାସରେ ଏହାର ଉନେଦ୍ମାଚନ ହୋଇଛି । ସାଧାରଣ କାରବାରରେ ସାମିଲ୍ ହେବ ।
• ଏଣିକି ଆଧାର ଦ୍ୱାରା ହୋଇପାରିବ ଆୟକର ପଇଠ । ପ୍ୟାନ୍ ନଥିଲେ ବି ଚଳିବ । ପ୍ରବାସୀ ଭାରତୀୟଙ୍କ ଲାଗି ସ୍ୱତନ୍ତ୍ର ଭାବେ ଆଧାର ପଇଠ ବ୍ୟବସ୍ଥା ।
• ନିଜର ଘର କିଣିବା ପାଇଁ ପ୍ରୋତ୍ସାହନ । ୪୫ ଲକ୍ଷ ଟଙ୍କା ସର୍ବାଧିକ ଋଣ ରାଶି ପାଇଁ ରିହାତି । ସାଢ଼ ତିନିଲକ୍ଷ ଟଙ୍କାର ରିହାତି ହୋଜନା । ୧୫ ବର୍ଷରେ ପରିଶୋଧ କଲେ ୭ ଲକ୍ଷ ଟଙ୍କା ରିହାତି ।
• ଆୟକର ଅପରିବତର୍ତ୍ତିତ। ୫ ଲକ୍ଷ ଟଙ୍କା ଯାଏ ରୋଜଗାରୀଙ୍କ ଉପରେ ଆୟକର ନାହିଁ । ୨ କୋଟିରୁ ୫ କୋଟି ଟଙ୍କା ଆୟକାରୀଙ୍କ ଉପରେ ୩ ପ୍ରତିଶତ ସରଚାର୍ଜ ଏବଂ ୫ କୋଟିରୁ ଅଧିକ ବାର୍ଷିକ ଆୟକାରୀଙ୍କ ଉପରେ ଆୟକର ସହ ଅଧିକ ୭ ପ୍ରତିଶତ ସର୍ଚାର୍ଜ ।
• କର୍ପୋରେଟ୍ ଟିକସ ସୀମା ୪୦୦ କୋଟି ଟଙ୍କା କାରବାରକୁ ବୃଦ୍ଧି । ପୂର୍ବରୁ ୨୫୦ କୋଟି ଟଙ୍କା ଆୟ ଉପରେ ୨୫ ପ୍ରତିଶତ ଟିକସ ଦେବାକୁ ହେଉଥିଲା । ଏବେ ତାହା ୪୦୦ କୋଟି ଟଙ୍କା ଆୟକୁ ବୃଦ୍ଧି । ଏଥିରେ ଦେଶର ୯୯.୩ ପ୍ରତିଶତ କମ୍ପାନୀ ପରିଧିଭୁକ୍ତ ହେବେ ।
• ନଗଦ କାରବାରକୁ ହତୋତ୍ସାହ କରିବାକୁ ଉଦ୍ୟମ । ୧ କୋଟିରୁ ଅଧିକ ଟଙ୍କା ନଗଦ ଉଠାଗଲେ ଆକାଉଣ୍ଟଧାରୀ ଦେବେ ୨ ପ୍ରତିଶତ ଟିଡିଏସ୍ ।
• ଜାନୁୟାରୀ୨୦୨୦ରୁ ଉଛେଦ ହେବ ଇ-ୱେ ବିଲ୍ ।
• ଜିଏସ୍ଟି ଫାଇଲିଂରୁ ଉଠିଲା ମାସିକିଆ ରିଟଣ୍ଣ ବ୍ୟବସ୍ଥା । ତୈମାସିକ ଜିଏସ୍ଟି ରିଟଣ୍ଣ ଫାଇଲ୍ କରିବେ ବ୍ୟବସାୟୀ।
ପେଟ୍ରୋଲ୍ ଉପରେ ୧ ପ୍ରତିଶତ ଅତିରିକ୍ତ ସେସ୍।
ସ୍ଵତନ୍ତ୍ର ଟିଭି କାର୍ଯ୍ୟକ୍ରମ ବି ଷ୍ଟାର୍ଟଅପ୍ ଅନ୍ତର୍ଭୁକ୍ତ