୫ ପ୍ରତ୍ନତାତ୍ତ୍ଵକ ସ୍ଥାନରେ ହେବ ଅନ୍ସାଇଟ୍ ମ୍ୟୁଜିୟମ୍, ଓଡ଼ିଶା ବାଦ୍
ଭୁବନେଶ୍ଵର, (ଓଟି): ପ୍ରତ୍ନତାତ୍ତ୍ଵିକ ଦୃଷ୍ଟିରୁ ଗୁରୁତ୍ଵପୂଣ୍ଣ ୫ ସ୍ଥାନରେ ଭାରତ ସରକାର ଅନ୍ସାଇଟ୍ ମ୍ୟୁଜିୟମ୍ ପ୍ରତିଷତ୍ଠା କରିବେ। ବଜେଟ୍ ଉପସ୍ଥାପନ ଅବସରକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ପ୍ରକାଶ କରିଛନ୍ତି। ଯେଉଁ ୫ଟି ସ୍ଥାନ ଏଥିଲାଗି ସରକାରଙ୍କ ପକ୍ଷରୁ ବଛାଯାଇଛି ସେଥିରେ ଓଡ଼ିଶାର କୌଣସି ଗୋଟିଏ ସ୍ଥାନ ସାମିଲ୍ ନାହିଁ। ସାମିଲ୍ ପାଇଥିବା ପ୍ରସିଦ୍ଧ ମୃୁଜିୟମ୍ ଗୁଡ଼ିକ ହେଉଛି:
- ରାଖୀ ଗଢ଼ି, ହରିୟାଣା
- ହସ୍ତିନାପୁର, ଉତ୍ତର ପ୍ରଦେଶ
- ଶିବସାଗର, ଆସାମ
- ଟୋଲାବିରା, ଗୁଜରାଟ
- ଆଦିଚାନେଲ୍ ରୋଡ୍, ତାମିଲ୍ନାଡ଼ୁ
ପର୍ଯ୍ୟଟନ ଓ ସଯସ୍କୃତି କ୍ଷେତ୍ରକୁ ନିଯୁକ୍ତି କ୍ଷେତ୍ରର ଏକ ପ୍ରମୁଖ ଅଙ୍ଗ ଭାବେ ବିବେଚନା କରି ସରକାର ଏଥିରେ ଯଥେଷ୍ଟ ନିବେଶ କରିବାକୁ ଯୋଜନା କରିଛନ୍ତି। ଏହି କ୍ଷେତ୍ରରେ ତାଲିମପ୍ରାପ୍ତ ମାନବସମ୍ବଳ ବିକାଶ ଲାଗି ସରକାରଙ୍କ ପକ୍ଷରୁ ଏକ ସ୍ଵତନ୍ତ୍ର ସଂସ୍କୃତି ଓ ପର୍ଯ୍ୟଟନ ଡିମ୍ଡ୍ ବିଶ୍ଵବିଦ୍ୟଳୟ ସ୍ଥାପନ ହେବ।
କୋଲକତାରେ ଥଇବା ମିଣ୍ଟ ମିଲତ୍ଡିଙ୍ଗ୍ରେ ଥିବା ଇଣ୍ଡିଆନ୍ ମ୍ୟୁଜିୟମ୍ର ପୁନରୁଦ୍ଧାର ହେବ। ଅନ୍ୟ ୪ଟି ମ୍ୟୁଜିୟମ୍ରେ ହେବ ପୁନରୁଦ୍ଧାର। ରାଞ୍ଚିଠାରେ ଏକ ଆଦିବାସୀ ମ୍ୟୁଜିୟମ୍ ସ୍ଥାପନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ରୋହଟକ୍ଠାରେ ଏକ ସାମୁଦଅିକ ମ୍ୟୁଜିୟମ୍ ସ୍ଥାପନ କରାଯିବ।
ଏଥିଲାଗି ସଂସ୍କୃତି ବିଭାଗକୁ ସରକାର ୩୧୫୦ କୋଟି ଟଙ୍କା ବଜେଟ୍ ଅନୁଦାନ ବ୍ୟବସ୍ଥା କରିଛନ୍ତି।
ଠିକ୍ ସେହିପରି ପର୍ଯ୍ୟଟନ ପ୍ରୋତ୍ସାହନ ବିଭାଗ ପାଇଁ ୨୫୦୦ କୋଟି ଟଙ୍କା ବଜେଟ୍ ଅନୁଦାନ ଘୋଷଣା କରାଯାଇଛି। ରାଜ୍ୟ ସରକାରମାନେ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ଵପୂଣ୍ଣ ସ୍ଥାନର ବିକାଶ ପାଇଁ ଆବଶ୍ୟକ ଦାବି କରିବାକୁ ସରକାର ପରାମର୍ଶ ଦେଇଛନ୍ତି।