ବଜେଟରେ ବ୍ୟବହୃତ ଶବ୍ଦର ଅର୍ଥ
ସଂସଦରେ ବଜେଟ୍ ଆଗତବେଳେ ଅର୍ଥମନ୍ତ୍ରୀ ବଜେଟ ଭାଷଣ ଦେଉଥିବାବେଳେ ବହୁତ ବଡ଼ ବଡ଼ ଶବ୍ଦର ବ୍ୟବହାର କରିଥାନ୍ତି, ଯାହାର ଅର୍ଥ କୌଣସି ସାଧାରଣ ଲୋକଙ୍କୁ ଜଣାନଥାଏ। ବଜେଟର ଏହି ଶବ୍ଦ ସମ୍ପର୍କରେ ପାଠକମାନଙ୍କ ଜାଣିବା ପାଇଁ ଓଡ଼ିଶା ଟାଇମ.କମ ପକ୍ଷରୁ ପ୍ରୟାସ କରାଯାଇଛି। ଆମର ଏହି ପ୍ରୟାସ ପାଠକମାନଙ୍କ କାମରେ ଆସିବ ବୋଲି ଆଶା କରୁଛୁ।

ବଜେଟ୍ ଏଷ୍ଟିମେଟ୍
ବଜେଟ୍ ଏଷ୍ଟିମେଟର ଅର୍ଥ ହେଉଛି, ଗୋଟିଏ ଆର୍ଥିକ ବର୍ଷ ପାଇଁ ରାଜସ୍ୱ ଆୟ ଓ ରାଜସ୍ୱ ନିଅଣ୍ଟର ସାମିଲ ହୋଇଥାଏ। ଗୋଟିଏ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜନକଲ୍ୟାଣକାରୀ କାମ, କର୍ମଚାରୀଙ୍କ ଦରମା, ପେନସନ ପାଇଁ କେତେ ଖର୍ଚ୍ଚ କଲେ ଓ ଏହି କାମ କରିବା ପାଇଁ କର ରାଜସ୍ୱ ବାବଦରେ କେତେ ଆମଦାନୀ ତାର ହିସାବ କିତାବ।
ନନ ପ୍ଲାନ ଏକ୍ସପେଣ୍ଡିଚର
ଏହାର ଅର୍ଥ ହେଉଛି ବିକାଶ ଶ୍ରେଣୀର କାମ ବ୍ୟତୀତ ଅନ୍ୟ ସାର୍ବଜନିକ କାମ ପାଇଁ ଯାହା ଖର୍ଚ୍ଚ ହୋଇଥାଏ ତାହାକୁ ନନ ପ୍ଲାନ ଏକ୍ସପେଣ୍ଡିଚର କୁହାଯାଇଥାଏ। ଏହିନନ ପ୍ଲାନ ଏକ୍ସପେଣ୍ଡିଚରକୁ ଅଣ ଯୋଜନା ଖର୍ଚ୍ଚ ଭାବରେ ବିବେଚନା କରାଯାଇଥାଏ। ଏହି ନନ ପ୍ଲାନ ଏକ୍ସପେଣ୍ଡିଚରରେ ପ୍ରତିରକ୍ଷା ଖର୍ଚ୍ଚ, ପେନସନ, ମହଙ୍ଗା ଭତ୍ତା, ବନ୍ୟା, ମରୁଡ଼ି ଓ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ସାମିଲ ହୋଇଥାଏ।
ବିନିବେଶ
ନିବେଶର ଓଲଟା ପ୍ରକ୍ରିୟାକୁ ବିନିବେଶ କୁହାଯାଏ। ନିବେଶର ଅର୍ଥ ହେଉଛି, କୌଣସି ବ୍ୟବସାୟ, ସଂସ୍ଥା ଓ ପରିଯୋଜନାରେ ଯେଉଁ ଅର୍ଥ ବିନିଯୋଗ କରାଯାଇଥାଏ। ଠିକ୍ ଓଲଟା ହେୁଛି ବିନିବେଶ। ଅର୍ଥାତ୍ ବ୍ୟବସାୟ, ସଂସ୍ଥା ଓ ପରିଯୋଜନାରୁ ଅର୍ଥ ପ୍ରତ୍ୟାହାରକୁ ବିନିବେଶ କୁହାଯାଏ। ବିନିବେଶ ଯୋଜନାରେ ସରକାର ସାର୍ବଜନିକ କ୍ଷେତ୍ର ବା ସରକାରୀ ସଂସ୍ଥାର ଅଂଶଧନକୁ ସରକାର ବିକ୍ରୟ କରିଥାନ୍ତି।
ଯୋଜନା ବ୍ୟୟ
ସରକାରଙ୍କ ବଜେଟ ଦୁଇ ଭାଗରେ ବିଭକ୍ତ ହୋଇଥାଏ। ଏହା ଆୟ ଓ ବ୍ୟୟ। ଏହା ପରେ ବ୍ୟୟକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ତାହା ହେଲା ଯୋଜନାଗତ ବ୍ୟୟ ଓ ଅଣଯୋଜନାଗତ ବ୍ୟୟ। ଯୋଜନା ବ୍ୟୟ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ନୀତି ଆଯୋଗ ମିଳିତ ଭାବେ ପ୍ରସ୍ତୁତ କରିଥାନ୍ତି। ଏଥିରେ ମୋଟାମୋଟି ଭାବେ ବିଭିନ୍ନ ବିଭାଗ ପକ୍ଷରୁ ଚାଲୁଥିବା ଯୋଜନା ଉପରେ ଯେଉଁ ଖର୍ଚ୍ଚ ହୋଇଥାଏ ତାହାକୁ ଯୋଜନା ବ୍ୟୟ କୁହାଯାଏ।
ସାର୍ବଜନିକ ଋଣ
ସରକାର ଜନସାଧାରଣ ଓ ଆର୍ଥିକ ସଂସ୍ଥାମାନଙ୍କରୁ ଯେଉଁ ଋଣ ନେଇଥାନ୍ତି ତାହାକୁ ସାର୍ବଜନିକ ଋଣ ବା ପବ୍ଲିକ ଡେ଼ବ୍ଟ କୁହାଯାଏ। ଏହାକୁ ସରକାରୀ ଋଣ ବା ରାଷ୍ଟ୍ରୀୟ ଋଣ ବୋଲି ମଧ୍ୟ କୁହାଯାଇଥାଏ। ଯେ କୌଣସି ସମୟରେ ସରକାର ମୋଟ ଋଣର ପରିମାଣ, ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ସଠିକ୍ ସୂଚନା ଦେଇଥାନ୍ତି।
ଟ୍ରେଜେରୀ ବିଲ୍
ଋଣ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବଣ୍ଡ ଜାରୀ କରିଥାନ୍ତି। ଏକ ବର୍ଷରୁ କମ୍ ସମୟ ମଧ୍ୟରେ ପରିପକ୍ୱ ହେଉଥିବା ବଣ୍ଡ କିମ୍ୱା ସାର୍ଟିଫିକେଟକୁ ଟ୍ରେଜେରୀ ବିଲ କୁହାଯାଏ। ରାଜ୍ୟ ସରକାର କେବଳ ବଣ୍ଡ ଜାରୀ କରିପାରିବେ।