ପୂର୍ଣ୍ଣାଙ୍ଗ ବଜେଟ୍: ଦେଖନ୍ତୁ କେଉଁ କ୍ଷେତ୍ରକୁ କେତେ…

ନୂଆଦିଲ୍ଲୀ(ଓଟି): ସଂସଦରେ ଉପସ୍ଥାପିତ ହୋଇସାରିଛି ପୂର୍ଣ୍ଣାଙ୍ଗ ବଜେଟ୍। ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ଦ୍ଵିତୀୟ ଏହି ସାଧାରଣ ବଜେଟକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ବିଭିନ୍ନ କ୍ଷେତ୍ରକୁ ସମାନ ଭାବେ ଗୁରୁତ୍ୱ ଦିଆଯାଇଛି ବୋଲି ସରକାର ପ୍ରକାଶ କରିଛନ୍ତି। ମୋଟ ୩୦,୪୨,୨୩୦ କୋଟିର ବଜେଟ୍ ଉପସ୍ଥାପିତ ହୋଇଥିବାବେଳେ ନିଯୁକ୍ତି କ୍ଷେତ୍ରକୁ ସରକାର ଗୁରୁତ୍ଵ ଦେଇନଥିବା କେତେକ ମହଲରେ ଅଭିଯୋଗ ଆରମ୍ଭ ହୋଇଯାଇଛି।

ପୂର୍ଣ୍ଣାଙ୍ଗ ବଜେଟ୍ ଅନୁସାରେ କୃଷି ଓ କୃଷିଭିତ୍ତିକ କାର୍ଯ୍ୟକ୍ରମ ପାଇଁ ୧,୫୪,୭୭୫ କୋଟି ବ୍ୟୟ ବରାଦ ହୋଇଥିବାବେଳେ ପ୍ରତିରକ୍ଷା ପାଇଁ ୩,୨୩,୦୫୩, ମୁଖ୍ୟ ସବସିଡ୍‌ କ୍ଷେତ୍ରକୁ ୨,୨୭,୭୯୪, ପେନସନ -୨,୧୦,୬୮୨, ବାଣିଜ୍ୟ ଓ ଶିଳ୍ପ -୨୭,୨୨୭, ଶିକ୍ଷା-୯୯,୩୧୨, ଶକ୍ତି-୪୨,୭୨୫, ବୈଦେଶିକ ବ୍ୟାପାର-୧୭,୩୪୭, ଅର୍ଥ – ୪୧,୮୨୯, ସ୍ୱାସ୍ଥ୍ୟ – ୬୭,୪୮୪, ଗୃହ ବ୍ୟାପାର -୧,୧୪,୩୮୭, ସୁଧ – ୭,୦୮,୨୦୩, ଆଇଟି ଓ ଟେଲିକମ – ୫୯,୩୪୯, ଯୋଜନା ଓ ପରିସଂଖ୍ୟାନ – ୬,୦୯୪, ଗ୍ରାମୀଣ ବିକାଶ -୧,୪୪,୮୧୭, ବିଜ୍ଞାନ – ୩୦୦୨୩, ପରିବହନ – ୧,୬୯,୬୩୭, ସମାଜିକ କଲ୍ୟାଣ – ୫୩,୮୭୬, ଟିକସ ପ୍ରଶାସନ -୧,୫୨,୯୬୨, ରାଜ୍ୟର ଭାଗ-୨,୦୦,୪୪୭ ଏବଂ ପୂର୍ବୋତ୍ତର ରାଜ୍ୟର ବିକାଶ ଲାଗି ୩,୦୪୯, କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୫୨,୮୬୪ ସମେତ ସହରାଞ୍ଚଳ ବିକାଶ – ୫୦,୦୪୦ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୮୪,୨୫୬ କୋଟିର ବଜେଟ୍ ଉପସ୍ଥାପିତ ହୋଇସାରିଛି।

Leave a Reply

Your email address will not be published. Required fields are marked *