ଜାଣନ୍ତୁ କ’ଣ ରହିଛି ବଜେଟ୍ ହାଇଲାଇଟ୍
ଭୁବନେଶ୍ଵର, (ଓଟି): ଦେଶର ପୂଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଦ୍ଵିତୀୟ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଆସନ୍ତୁ ଜାଣିବା ଏଥିରେ କ’ଣସବୁ ରହିଛି ବିଶେଷତ୍ଵ।
- ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ହେବ ଦୁଇଗୁଣିତ।
- ପିଇବା ପାଣି ସମସ୍ୟାରେ ଡୁବିଥିବା ୧୦୦ ଜିଲ୍ଲା ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
- ରେଳବାଇରେ ପ୍ରଚଳନ ହେବ ସ୍ଵତନ୍ତ୍ର କୃଷି ଟ୍ରେନ୍
- ବୃଷ୍ଟିଛାୟା ଅଞ୍ଚଳରେ ସମନ୍ବିତ ଚାଷର ସମ୍ପ୍ରସାରଣ
- ୨୦୨୦ ମସିହାରେ ୧୫ ଲକ୍ଷ କୋଟି ଟଙ୍କା କୃଷି ଋଣ ପାଇଁ ଉପଲବ୍ଧ ହେବ। ସବୁ ଚାଷୀଙ୍କୁ କୃଷକ କ୍ରେଡିଟ୍ କାର୍ଡ଼
- ନାବାର୍ଡ଼ ପୁନଃ ପାଣ୍ଠି ଯୋଗାଣ ଯୋଜନାର ପରିବୃଦ୍ଧି ହେବ
- କୃଷି, ଜଳସେଚନ, ଗ୍ରାମୀଣ ବିକାଶ ପାଇଁ ଏବଂ ଅନ୍ୟ ପାଇଁ ୨.୮୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ
- ମିଶନ ଇନ୍ଦ୍ରଧନୁଷରେ ୫ ନୂଆ ଟୀକା
- ଜନଜୀବନ ମିଶନ । ବର୍ତ୍ତମାନ ୨୦ ଲକ୍ଷ ହସ୍ପିଟାଲ୍କୁ ଆୟୁଷ୍ମାନ ଭାରତରେ ଅନ୍ତର୍ଭୁକ୍ତ କରାଯାଇଛି। ଟା୍ରର-୨ ଓ ଟା୍ରର୩ ସହରରେ ଅଧିକ ସହର ହେବ ଅନ୍ତର୍ଭୁକ୍ତ। ୧୧୨ ଆକାକ୍ଷା ସହର ଯେଉଁଠାରେ ଆୟୁଷତମା ଭାରତ ଯୋଜନାରେ ହସ୍ପିଟାଲ୍ ଅନ୍ତଭର୍ଭୁକ୍ତ ହୋଇ ନାହିଁ ସେଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ।
- ଜଳଜୀବନ ମିଶନକୁ ୩.୬୦ କୋଟି ଟଙ୍କା
- ୨୦୩୦ ସୁଦ୍ଧା ଭାରତରେ ସବୁଠାରୁ ଅଧିକ ସଂଖ୍ୟାରେ କାର୍ଯ୍ୟ କରିବା ବୟସର ଯୁବକ ଥିବେ।