ବଜେଟ୍‌ ପ୍ରତିକ୍ରିୟା: ଏଫ୍‌ଡିଆଇ ପ୍ରସ୍ତାବକୁ ଛାଡ଼ି ଅନ୍ୟସବୁ ଭଲ

ବଜେଟ୍‌-୨୦୧୯ ଉପସ୍ଥାପନ ପରେ ଦେଶର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ଯାଏ ଆଲୋଚନା ଚାଲିଛି। ବିଶେଷକରି ଆୟକର ଅପରିବର୍ତ୍ତିତ ରହିବା, ଅତ୍ୟଧିକ ଧନୀଙ୍କ ଉପରେ ଅଧିକ ସରଚାର୍ଜ ଲଗାଯିବା ପ୍ରସଙ୍ଗ ଗଳି କନ୍ଦିରେ ଆଲୋଚନା ସୃଷ୍ଟି କରିଛି। ଏହାବାଦ୍‌ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଲାଗିଥିବା ଅଧିକ ୧% ଟିକସକୁ କିଛଇ ସମାଲୋଚନା କରିଛନ୍ତି। ସେହିପରି ମହିଳା ଏସ୍‌ଏଚ୍‌ଜି ସଦସ୍ୟଙ୍କୁ ୫ହଜାର ଟଙ୍କା ଓଭରଡଆଫ୍ଟ ଦିଆଯିବା ଏବଂ ଷ୍ଟର୍ଟଅପ୍‌ଗୁଡ଼ିକ ପାଇଁ ନୀତି କୋହଳ କରାଯିବା ଉଦ୍ୟୋଗେୀ ମନୋବୃତ୍ତିକୁ ଅଧିକ ସୁହାଇବ ବୋଲି ଆଲୋଚନା ହେଉଛି। ଏହିକ୍ରମରେ ବିଶିଷ୍ଟ ସ୍ତମ୍ଭକାର, ପୂର୍ବତନ ବ୍ୟାଙ୍କର ତଥା କୃଷି ଅର୍ଥନୀତି ସମୀକ୍ଷକ ନଟବର ଖୁଣ୍ଟିଆଙ୍କୁ ଯୋଗାଯୋଗ କରିଥିଲା ‘ଓଡ଼ିଶାଟାଇମ୍‌’। ଉପସ୍ଥାପନ କରୁଛୁ ତାଙ୍କରି ପ୍ରତିକ୍ରିୟା।

ଶ୍ରୀ ଖୁଣ୍ଟିଆ କହିଛନ୍ତି, ଏ ବଜେଟ୍‌ରେ ଅନେକ ଭଲ ଅଂଶ ରହିଛି। ବିଶେଷକରି ଭିତ୍ତିଭୂମି ବିକାଶ ପାଇଁ ସରକାର ଧ୍ୟାନ ଦେଇଛନ୍ତି। ମହିଳା ଚାଷୀ, ଉଦ୍ୟୋଗୀ, ଷ୍ଟର୍ଟଅପ୍‌ ସଭିଙ୍କୁ ପ୍ରୋତ୍ସାହନ ଦିଆଯାଇଛି। ଆୟକର ଅପରିବର୍ତ୍ତିତ ରଖାଯାଇଛି। ଏ ଦିଗରେ ସୀତାରମଣଙ୍କ ପ୍ରଥମ ବଜେଟ୍‌ ଏକ ଭଲ ପଅସ୍ତାବନା କିନ୍ତୁ ମିଡିଆ, ବିମାନ ଚଳାଚଳ, ଇନ୍ସ୍ୟୁରାନ୍ସ କ୍ଷେତ୍ରରେ ଏଫ୍‌ଡିଆଇ ପ୍ରୋତ୍ସାହନକୁ ମୁଁ ସହଜରେ ହଜମ କରିପାରୁ ନାହିଁ ବୋଲି ସେ କହିଛନ୍ତି।

ଏଫ୍‌ଡିଆଇ ପ୍ରସ୍ତାବ ଚିନ୍ତାଜନକ

ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ଦ୍ଵାରା ଆମ ମିଡିଆର ସ୍ଵାଧୀନତା ରହିବ ନାହିଁ। ସରକାରଙ୍କ ସାଙ୍ଗେ ତାଙ୍କର ସମ୍ପର୍କ ରହିବ; ଜନସାଧାରଣଙ୍କ ସ୍ଵର ଚାପି ହୋଇଯିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।

୧୦ରୁ ୮ ନମ୍ବର

ଏ ବଜେଟ୍‌ ପାଇଁ ୧୦ରୁ ୮ ନମ୍ବର ଅର୍ଥାତ୍‌ ୮୦ ପ୍ରତିଶତ ଦେବା ପାଇଁ ନଟବର ଚାହିଁଛନ୍ତି। ତେବେ ଏସବୁ ପ୍ରସ୍ତାବ ବାସ୍ତବ କାର୍ଯ୍ୟକାରୀତା ହେବା ଅବାଶ୍ୟକ ବୋଲି ସେ କହିଛନ୍ତି। ମହିଳାମାନଙ୍କୁ ଓଭର ଡ୍ରାଫ୍ଟ ସହାୟତା ଓଡ଼ିଶା ସରକାରଙ୍କୁ ପରୋକ୍ଷରେ ସହାୟକ ହେବ। ଓଡ଼ିଶା ସରକାର ଅର୍ଥକୁ ଅନ୍ୟ ବାଟରେ ପ୍ରୟୋଗ କରିପାରିବେ।

ଘର ଭଡ଼ା ନିୟମ ତୁରନ୍ତ ପ୍ରଚଳନ ହେବା ଦରକାର। ଏଥିରେ ରାଜ୍ୟ ସରକାର ସହଯୋଗ କରିବା ଅବାଶ୍ୟକ।

କୃଷି କ୍ଷେତ୍ରରେ ଟେକ୍ନୋଲୋଜିକୁ ଯୋଡ଼ିବା ନେଇ ସରକାର ଯେଉଁ ସ୍ଵପ୍ନ ଦେଖିଛନ୍ତି ତାହା ସ୍ଵାଗତ ଯୋଗ୍ୟ ବୋଲି କହିଛନ୍ତି ନଟବର।

ଫେଟ୍ରୋଲ, ଡିଜେଲ୍‌ ଉପରେ ରାସ୍ତା ପରିବହନ ସରଚାର୍ଜ ଲାଗିବା ଭବିଷ୍ୟତରେ ତେଲ ଦର କମିବା ସମ୍ଭାବନାକୁ ରଖି କରାଯାଇଛି। ଭିତ୍ତିଭୂମିର ବିକାଶ ପାଇଁ ଏହାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *