ସରକାରୀ ବ୍ୟାଙ୍କ୍ଙ୍କୁ ୭୦ ହଜାର କୋଟି
ସରକାରଙ୍କ ଅଧୀନସ୍ଥ ଜାତୀୟ ବ୍ୟାଙ୍କଉଗୁଡ଼ିକ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ପ୍ରସ୍ତୁତ ବଜେଟ୍ ୨୦୧୮-୧୯ରେ ଏହି ବ୍ୟାଙ୍କଗୁଡ଼ିକରେ ସଂସ୍କାର ପ୍ରକ୍ରିୟାକୁ ତ୍ଵରାନ୍ବିତ କରାଯାଇଛି। ପରିଚାଳନାଗତ ସଂସ୍କାର ପାଇଁ ବାଟ ଉନ୍ମୁକ୍ତ ରହିଥିବାବେଳେ ସେଗୁଡ଼ିକରେ ଋଣ ବୋଝକୁ କମାଇବା ଲାଗି ଉଦ୍ୟମ କରାଯାଇଛଇ।
ସୀତାରମଣ କହିଛନ୍ତି, ସରକାରଙ୍କ ନିରନ୍ତର ପ୍ରୟାସ ଦ୍ଵାରା ଜାତୀୟ ବ୍ୟାଙ୍କଗୁଡ଼ିକର ଋଣ ବୋଝ ବା ଏନ୍ପିଏ କମାଯାଇପାରିଛି। ୪ ବର୍ଷ ଭିତରେ ବ୍ୟାଙ୍କ୍ଗୁଡ଼ିକ ୪ ଲକ୍ଷ କୋଟି ଟଙ୍କା ଏନ୍ପିଏ ଉଦ୍ଧାର କରିପାରିଛନ୍ତି। ଏବେ ଏହି ବ୍ୟାଙ୍କ୍ଗୁଡ଼ିକର ଋଣ ବୋଝ ମାତ୍ର ୧ ଲକ୍ଷ କୋଟି ଟଙ୍କା ରହିଛି।
କେନ୍ଦ୍ର ସରକାର ଜାତୀୟ ସ୍ତରର ବ୍ୟାଙ୍କଗୁଡ଼ିକର ସୁପରିଚାଳନା ପାଇଁ ସେଗୁଡ଼ିକର ସଂଖ୍ୟା କମାଇଛନ୍ତି। ବିଭିନ୍ନ ପ୍ରକାରର ସମ୍ମିଶ୍ରଣ ଫଳରେ ଏବେ ବ୍ୟାଙ୍କ୍ ସଂଖ୍ୟା ମାତ୍ର ୮ରେ ପହଞ୍ଚିଛି।
ଏହି ବ୍ୟାଙ୍କଗୁଡ଼ତିକ ଦ୍ଵାରା ଦେଶର ନାଗରିକଙ୍କୁ ଋଣ ଯୋଗାଇବା ସକାଶେ ସରକାର ୭୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।