୫ ଲକ୍ଷ ଯାଏ ଆୟକର ଛାଡ଼, ମଧ୍ୟବିତ୍ତକୁ ମୋହରା

ଅଢ଼େଇ ଲକ୍ଷ ଟଙ୍କାରୁ ଆୟକର ଛାଡ଼ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଖାଲି ସେତିକି ନୁହେଁ, ବର୍ଷକୁ ସାଢ଼େ ୬ ଲକ୍ଷ ଟଙ୍କା ଯାଏ ରୋଜଗାର କରୁଥିବା ବ୍ୟକ୍ତି ମଧ୍ୟ ସମ୍ପୂଣ୍ଣଭାବେ ଟିକସ ରିହାତି ପାଇବେ, ଯଦି ସେ ଆବଶ୍ୟକ ଅନୁସାରେ ପୁଞ୍ଜି ନିବେଶ କରିଥିବେ। ଏହା କହିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ।

ଆସନ୍ତା ୬ ମାସ ପାଇଁ ଘୋଷଣା କରାଯାଇଥିବା ଏହି ଆନ୍ତରୀଣ ବଜେଟ୍‌କୁ କେବଳ ଏକ ଆନ୍ତରୀଣ ବଜେଟ୍‌ ନୁହେଁ, ବରଂ ଦେଶ ବିକାଶର ମାଧ୍ୟମ ବୋଲି ସେ କହିଛନ୍ତି।


ଆନ୍ତରୀଣ ବଜେଟ୍‌ କେବଳ ଏକ ବଜେଟ୍‌ ନୁହେଁ ଦେଶ ବିକାଶର ମାଧ୍ୟମ। ଏହି ସରକାର ସମୟରେ ବିକାଶ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି

କୃଷକ ଓ ମଧ୍ୟବିତ୍ତ ଚାକିରିଆଙ୍କ ପାଇଁ ଏହି ବଜେଟ୍‌କୁ ସବୁଠାରୁ ଆକର୍ଷଣୀୟ ବୋଲି ଗ୍ରହଣ କରାଯାଉଛି। ଏହି ବଜେଟ୍‌ ବା ଭୋଟ୍‌ ଅଫ୍‌ ଆକାଉଣ୍ଟସ୍‌ ସଂସଦରେ ପାରିତ ହେବା ପରେ ତାହା ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୬ ମାସର ଖର୍ଚ ତୁଲାଇବ। ଏହାପରେ ପୂଣ୍ଣକାଳୀନ ବଜେଟ୍‌ ଉପସ୍ଥାପନ ହେବ।

ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏହା ସବୁଠାରୁ ବଡ଼ ନିର୍ବାଚନ ଘୋଷଣା ଭାବେ ଗ୍ରହଣ କରାଯାଉଛି। ଏହାଛଡ଼ା ପୋଷ୍ଟ ଅଫିସ ଡିପୋଜିଟ୍‌ର ସୁଧ ଉପରେ ଲାଗୁଥିବା ଟିକସ ଉପରେ ମଧ୍ୟ ରିହାତି ଦେଇଛନ୍ତି ମୋଦି ସରକାର। ୪୦ ହଜାର ଟଙ୍କାଯାଏ ପୋଷ୍ଟ ଅଫିସ୍‌ ଡିପୋଜିଟ୍‌ ସୁଧ ଉପରେ ଟିକସ ଛାଡ଼। ପୂର୍ବରୁ ତାହା ୧୦ ହଜାର ଟଙ୍କା ଥିଲା। ଏଣିକି ଘର ଭଡ଼ା ବାବଦରେ ଆୟ ୨ଲକ୍ଷ ୪୦ ହଜାର ଟଙ୍କାରୁ ଅଧିକ ହେଲେ ଆୟକର ପଡ଼ିବ। ପୂର୍ବରୁ ତାହା ଏକ ଲକ୍ଷ ୮୦ ହଜାର ଥିଲା।

ଟିକସ ବ୍ୟବସ୍ଥାରେ ଯେଉଁ ଷ୍ଟାଣ୍ଡାର୍ଡ ରିହାତି ବ୍ୟବସ୍ଥା ରହିଥିଲା ତାହାକୁ ବୃଦ୍ଧି କରାଯାଇଛି । ଏଣିକି ୪୦ ନୁହେଁ ୫୦ ହଜାର ଟଙ୍କା ଯାଏ ରହିବ ରିହାତି ବ୍ୟବସ୍ଥା। ଏହି ବ୍ୟବସ୍ଥା ଦ୍ଵାରା ୩କୋଟି ଟିକସଦାତା ଟିକସ ଛାଡ଼ ସୁବିଧା ପାଇବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଦ୍ଵିତୀୟ ଘର କିଣା ଉପରେ ରିହାତି

ଏଣିକି ଦ୍ଵିତୀୟ ଘର କିଣା ଉପରେ ମଧ୍ୟ ଆୟକର ରିଆତି ପାଇପାରିବେ। ଜଣେ ବ୍ୟକ୍ତି ଜୀବନକାଳ ଭିତରେ ୨ କୋଟି ଟଙ୍କାଯାଏ ଘର କିଣା ବାବଦରେ ରିହାତି ପାଇବେ। ୮୦ (୧) ବିଏ ଧାରା ଅନୁସାରେ ଆଉ ଏକ ବର୍ଷ ଅଧିକ ଟିକସ ରିହାତି ସୁବିଧା ପାଇବେ ଘର କ୍ରେତା। ଯଦି ସେହି ପ୍ରକଳ୍ପ ୨୦୧୯-୨୦ ଯାଏ ଲାଗୁ ହେବ। ଟ୍ଆରିଲିୟନ୍ ଆସନ୍ତା ୫ ବର୍ଷରେ ୫ ଟ ଅର୍ଥନୀତି ହେବା ନିଶ୍ଚିତ। ଆସନ୍ତା ୮ ବର୍ଷରେ ୧୦ ଟଅିଲିୟନ୍‌ ଅର୍ଥନୀତି ଭାବେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

Leave a Reply

Your email address will not be published. Required fields are marked *