୧୩ ମେ’ ଯାଏ ବିଏସ୍ଏନ୍ଏଲ୍ରୁ ଏସ୍ଏମ୍ଏସ୍ ମାଗଣା
ଭୁବନେଶ୍ଵର,
(ଓଟି): ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ଲାଗି ବିଏସ୍ଏନ୍ଏଲ୍ ସ୍ଵତନ୍ତ୍ର ସୁବିଧା ଘୋଷଣା
କରିଛି। ଯେଉଁ ଅଞ୍ଚଳଗୁଡ଼ିକରେ ବିଏସ୍ଏନ୍ଏଲ୍ ସିଗ୍ନାଲ୍ ବା ତରଙ୍ଗ ମିଳୁ ନାହିଁ ସେଠାରେ
ଉପଭୋକ୍ତାମାନେ ଭୋଡ଼ାଫୋନ୍, ଏୟାର୍ଟେଲ୍ ବା ଆଇଡିଆ ତରଙ୍ଗକୁ ବ୍ୟବହାର କରିପାରିବେ। ଏଥିନେଇ
ଆବଶ୍ୟକ ମୋବାଇଲ୍ ସେଟିଙ୍ଗ୍ ସାମୟିକ ଭାବେ କରିବାକୁ ପଡ଼ିବ। ଏହାବାଦ୍ ୧୩ ମେ’ ଯାଏ ସମସ୍ତ
ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କୁ ମାଗଣାରେ ଯେକୌଣସି ମୋବାଇଲ୍କୁ ଏସ୍ଏମ୍ଏସ୍ ପଠାଇବାର ସୁବିଧା
ଉପଲବ୍ଧ କରାଯାଇଥିବା ନେଇ ଓଡ଼ିଶା ବିଏସ୍ଏନ୍ଏଲ୍ ସର୍କଲ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିଥିବା ସଳଚନେ ଅନୁସାରେ ଟେଲିଯୋଗାଯୋଗ କ୍ଷେତ୍ରରେ ବିଏସ୍ଏନ୍ଏଲ୍ର ୨ଟି ଜିଓର ୨ଟି, ଏୟାରଟେଲ୍ ଓ ଭୋଡାଫୋନର ଗୋଟିଏ ଲେଖାଏଁ ମାଷ୍ଟର ସୁଇଚିଂ ସେଣ୍ଟରକୁ ପୁନଃକାର୍ଯ୍ୟକ୍ଷମ କରାଯାଇପାରିଛି । ସେହିପରି ବିଏସ୍ଏନ୍ଏଲ୍ର ୭ଟି, ଏୟାରଟେଲ୍ର ୭ଟି ବେସ୍ ସୁଇଚିଂ ସେଣ୍ଟର ଡିଜି ସେଟ୍ ବିନିଯୋଗ କ୍ରମେ କାର୍ଯ୍ୟ କରୁଥିବାବେଳେ ଭୋଡାଫୋନର ୮ଟିରୁ ୭ଟି ଓ ଜିଓର ୫୯ରୁ ୫୬ଟି ବେସ୍ ସୁଇଚିଂ ସେଣ୍ଟର ଡିଜି ଯୋଗେ କାର୍ଯ୍ୟ କରୁଛି । ମୋବାଇଲ୍ ସେବା କ୍ଷେତ୍ରରେ ରହିଥିବା ୪୫୪୩ଟି ବିଟିଏସ୍ ସାଇଟ୍ରୁ ୧୪୫୦ଟି କାର୍ଯ୍ୟକ୍ଷମ ହୋଇଛି ।
ସ୍ୱତନ୍ତ୍ର ସୁବିଧା କ୍ରମେ ଉପଭୋକ୍ତାମାନେ ନିଜ ନିଜର ଆବଶ୍ୟକତା ଅନୁଯାୟୀ ଏବଂ ବିଭିନ୍ନ ଅଞ୍ଚଳରେ ଉପଲବ୍ଧ ଥିବା ଯେକୌଣସି ଟେଲିକମ୍ ସର୍ଭିସ ପ୍ରୋଭାଇଡରଙ୍କ ନେଟ୍ୱାର୍କକୁ ବ୍ୟବହାର କରିପାରିବେ ।











