୪୦ ବର୍ଷ ପରେ ମହିଳାମାନଙ୍କୁ ସ୍ତନ କର୍କଟ ହେବା ଆଶଙ୍କା ରହିଛି

ଭୁବନେଶ୍ୱର, (ଓଟି) : ଯଦି ଆପଣ ମାସିକ ଋତୁସ୍ରାବରେ ଅନିୟମିତତା, କୋ÷ଣସି ସନ୍ତାନସନ୍ତତି ନ ହେବା ସମସ୍ୟା କିମ୍ବା ୩୦ ବର୍ଷ ପରେ ଗର୍ଭବତୀ ହୋଇଛନ୍ତି ତେବେ ଆପଣଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା ରହିଛି । ଚାଳିଶି ବର୍ଷ ପରେ ମହିଳାମାନଙ୍କ କ୍ଷେତ୍ରରେ ଏହିପରି ଆଶଙ୍କା ଅଧିକ । ସେହିପରି ଅଧିକ ଓରାଲ୍ କନ୍ଟ୍ରାସେପ୍ଟିଭ୍ ପିଲ୍ସ ବ୍ୟବହାର କରିବା, ଅତ୍ୟଧିକ ମଦ୍ୟପାନ କରିବା, ଧୁମ୍ରପାନ କରିବା କିମ୍ବା ମେଦବହୁଳତା ଯୋଗୁଁ ସ୍ତନ କର୍କଟ ହୋଇପାରେ ।
ଏଣୁ ଏଭଳି ସମସ୍ୟା ଥିବା ମହିଳା ସଙ୍କୋଚ ନ କରି ଠିକ୍ ସମୟରେ ନିଜ ବ୍ରେଷ୍ଟର ସ୍କ୍ରିନିଂ, ମାମୋଗ୍ରାଫି, ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍, କ୍ଲିନିକାଲ୍ ବ୍ରେଷ୍ଟ ଏକ୍ଜାମିନେସନ୍ କରାଇବା ଉଚିତ୍ । ପ୍ରତ୍ୟେକ ବର୍ଷ କ୍ଲିନିକାଲ୍ ବ୍ରେଷ୍ଟ ଏକ୍ଜାମିନେସନ୍ ଡାକ୍ତରଙ୍କ ନିକଟରେ କରାଇବା ଦ୍ୱାରା ଆପଣ ଏହିଭଳି ଦୂରାରୋଗ୍ୟ ରୋଗକୁ ନିୟନ୍ତ୍ରଣ କରିପାରିବେ ବୋଲି କହିଛନ୍ତି ସମ୍‍ ହସ୍‍ପିଟାଲ୍‍ର ମହିଳା ଅଙ୍କୋଲୋଜିଷ୍ଟି ଡା. ପ୍ରିୟା ନାୟକ ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ରେ ରୂଆ କରି େଯୋଗ ଦେଇଥିବା ଡାକ୍ତର ପ୍ରିୟା, ମହିଳାମାନେ କିଭଳି ବ୍ରେଷ୍ଟ କ୍ୟାନ୍ସରରୁ ବର୍ତ୍ତିିପାରିବେ ସେ ନେଇ ତାଙ୍କ ହସ୍‍ପିଟାଲ୍‍ ଉଦ୍ୟମ କରୁଥିବା କହିଛନ୍ତି ।
ଯେହେତୁ ପୁରୁଷ ଅଙ୍କୋଲୋଜିଷ୍ଟ ପାଖରେ ଖୋଲାଖୋଲିଭାବେ ନିଜର ବ୍ୟକ୍ତିଗତ ଭାବନାକୁ ପ୍ରକାଶ କରିବାରେ ମହିଳାମାନେ ସଙ୍କୋଚ କରନ୍ତି, ଡା. ପ୍ରିୟା ସେ ଦିଗରେ ଅଧିକ ଆଦରଣୀୟ ହୋଇପାରିବେ ବୋଲି ଡାକ୍ତରଖାନା ଆଶା ପ୍ରକାଶ କରିଛି ।
ଡାକ୍ତର ପ୍ରିୟାଙ୍କ ମତରେ, ବ୍ରେଷ୍ଟ କ୍ୟାନ୍ସର ଚିହ୍ନଟ ହେଲେ ଅପରେସନ୍, କେମୋ ଥେରାପି, ହର୍ମୋନାଲ୍ ଥେରାପି, ଟାର୍ଗେଟେଡ୍ ଥେରାପି ଏବଂ ରେଡିଏସନ୍ ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇପାରିବ । ବ୍ରେଷ୍ଟ କ୍ୟାନ୍ସର ସ୍କିନ୍, ବୋନ୍ସ, ଲଙ୍ଗ୍, ବ୍ରେନ୍, ଲିଭରକୁ ମଧ୍ୟ ବ୍ୟାପି ଥାଏ । ତେବେ ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏବଂ ଏହାର ଚିକିତ୍ସା କରାଗଲେ ରୋଗୀର ଏହି ରୋଗରୁ ବର୍ତିବାର ସମ୍ଭାବନା ଯଥେଷ୍ଟ ଅଛି ବୋଲି ଡାକ୍ତର ନାୟକ କହିଛନ୍ତି ।

ଡାକ୍ତର ସୌରଭ କୁମାର ମିଶ୍ରଙ୍କ ସହ ସକ୍ଷାତକାର: କେମୋଥେରାପି କ୍ୟାନ୍ସର ରୋଗୀଙ୍କ ରକ୍ଷା କବଚ

http://odishatime.com/interview_sourbh-kumar-mishra-cancer-chemotherapy/

ପୋଡ଼ି ଯାଇଥିବା ପାଉଁରୁଟି ଖାଆନୁ ନାହିଁ, ହୋଇପାରେ କ୍ୟାନ୍ସର୍

http://odishatime.com/burned-bread-may-cause-cancer/

Leave a Reply

Your email address will not be published.