‘ବ୍ରହ୍ମାସ୍ତ୍ର ୨’ର ସୁଟିଂ ଆରମ୍ଭ
ପାଠକଙ୍କୁ ଶୀର୍ଷକଟି ନିଶ୍ଚିତ ଭାବେ ଭୁଲ୍ ବୋଲି ମନେ ହୋଇପାରେ । କିନ୍ତୁ ଏହା ଜମାରୁ ଭୁଲ୍ ନୁହେଁ । ଏବେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳିଛି । ରଣବୀର୍ କପୁର୍ ଓ ଆଲିଆ ଭଟ୍ଟଙ୍କ ଅପକମିଙ୍ଗ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମୁକ୍ତିଲାଭ କରିନାହିଁ । କିଛିଦିନ ତଳେ କେବଳ ଏହାର ଲୋଗୋ ରିଲିଜ୍ କରାଯାଇଥିଲା । ଏଭଳି ପରିସ୍ଥିତିରେ ଫିଲ୍ମର ଦ୍ୱିତୀୟ ସଂସ୍କରଣର ସୁଟିଂ ଆରମ୍ଭ ହେବା ଖବର ସିନେପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିକଟରେ ଆଲିଆ ଓ ରଣବୀର୍ ୨ୟ ସଂସ୍କରଣର କିଛି ଦୃଶ୍ୟର ସୁଟିଂ କରିବାର ଦେଖିବାକୁ ମିଳିଥିଲା । ମୂଳ ଫିଲ୍ମ ରିଲିଜ୍ ନହେବା ପୂର୍ବରୁ ଦ୍ୱିତୀୟ ସଂସ୍କରଣର ସୁଟିଂର ଏହି ଅଜବ ଧାରା ହଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ପୂର୍ବରୁ ଆରମ୍ଭ ହୋଇସାରିଛି । କିନ୍ତୁ ବଲିଉଡରେ ଏହା ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ତେବେ ଫିଲ୍ମର ନିର୍ମାତା କରଣ ଜୋହର୍ କ’ଣ ଲକ୍ଷ୍ୟ ରଖି ଏଭଳି ପଦକ୍ଷେପ ନେଇଛନ୍ତି ତାହା ଜଣାନଥିଲେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି ।