ଯାଜପୁରର ବ୍ରହ୍ମ ବରଦାରେ ଶଟ୍ଡାଉନ୍
ଯାଜପୁର ( ମାନସ ରଞ୍ଜନ ବିଶ୍ଵାଳ): ଯଦିଓ ଓଡ଼ିଶା ସରକାର କଟକ, ଭୁବନେଶ୍ଵର ଏବଂ ଭଦ୍ରକ ସହରରେ ସମ୍ପୂଣ୍ଣ ଶଟ୍ଡାଉନ୍ ଆଦେଶ ଦେଇଛନ୍ତି କିନ୍ତୁ ରାଜ୍ୟର ବିଭିନ୍ନ ସମ୍ଦେନଶୀଳ ଅଞ୍ଚଳ ତଥା କରୋନା ଚିହ୍ନିତଙ୍କ ଗାଁରେ ପ୍ରଶାସନ ପକ୍ଷରୁ ସବୁ କିଛି ବନ୍ଦ ଆଦେଶ ଦିଆଯାଇଛି। ଏହିକ୍ରମରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦାଠାରେ ସମ୍ପୂଣ୍ଣ ବନ୍ଦ ପାଇଁ ଜିଲ୍ଲାପାଳ ରଞ୍ଜନ ଦାସ ଆଦେଶ ଦେଇଛନ୍ତି।
ଏହା ସହ ସମ୍ପୃକ୍ତ ଅଞ୍ଚଳକୁ ପ୍ନରଶାସନ ପକ୍ଷରୁ ନଜରବନ୍ଦୀରେ ରଖାଯାଇଛି । ଉକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସୂଚନା ଅନୁସାରେ ଦିଲ୍ଲୀ ନିଜାମୁଦିନ ଧାର୍ମିକ ସମିଳନୀକୁ ଓଡିଶାରୁ ଯାଇଥିବା ଯାଜପୁରର ୩ ଜଣଙ୍କ ମଧ୍ୟରୁ ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ଦୁଇ ଜଣ ଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣା ଯାଇଛି। ବ୍ରହ୍ମବରଦା ଅଞ୍ଚଳକୁ ସାନିଟାଇଜ କରାଯାଉଛି।ବର୍ତମାନ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତ ସହ ଜିଲ୍ଲାପ୍ରସାସନ ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହାପରେ ଜିଲ୍ଲାରେ ସଟ ଡାଉନ ଲାଗୁ କରାଯିବ କି ନାହିଁ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଦିଲ୍ଲୀର ନିଜାମ୍ମୁଦ୍ଦିନଠାରେ ଆୟୋଜିତ ଧର୍ମ ସଭାର ପ୍ରସ୍ତୁତି ବୈଠକ ବ୍ରହ୍ମବରଦାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଦେଶ ବିଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ୩୦ ହଜାର ଲୋକ ଯୋଗ ଦେଇଥିଲେ। ଏଥିରେ ରାଜନୀତିକ ନେତାମାନେ ମଧ୍ୟ ଯୋଗ ଦେଇଥିବା ନଜରକୁ ଆସିଛି। ଏହା ଫେବୃୟାରୀ ୨୮ ତାରିଖରୁ ମାର୍ଚ ୧ ତାରିଖ ଯାଏ ଚାଲିଥିଲା।