ବୋଉ ଦିବସ: ‘ପ୍ରୋଜେକ୍ଟ ପ୍ୟାରେଣ୍ଟିଂ’ ଶୁଭାରମ୍ଭ

ଭୁବନେଶ୍ୱର, (ଓଟି): ସାରା ସଂସାରରେ ଓଡ଼ିଆ ଜାତିର ଅନନ୍ୟ ପରିଚତି “ବୋଉ’ ଶବ୍ଦକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ସବୁ ବର୍ଷ ଜାନୁଆରୀ ୨ତାରିଖ “ବୋଉ ଦିବସ’ଭାବ ପାଳନ କରାଯାଉଛି । ଏଥିସହ ନିସଙ୍ଗ ଓ ଅବହେଳିତ ବୟସ୍କଙ୍କୁ ସମର୍ପିତ ସେବା ପ୍ରଦାନ ନିମନ୍ତେ ଭୁବନେଶ୍ୱରସ୍ଥିତ “ବୋଉ ଫାଉଣ୍ଡେସନ’ ପକ୍ଷରୁ ଜୟଦେବଭବନରେ ଅନୁଷ୍ଠିତ ଉତ୍ସବରେ “ପ୍ରୋଜେକ୍ଟ ପ୍ୟାରେଣ୍ଟି’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଦେଶର ପ୍ରଥମରାଜ୍ୟ ଭାବରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଥିବା ଏହି ସମୟୋପଯୋଗୀ କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଉଦ୍ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଥିଲେ ।
ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ ସମ୍ପ୍ରତି ପ୍ରତିଯୋଗିତାମୟ ପରିବେଶରେ ନିଜ ସନ୍ତାନ ସନ୍ତତିଙ୍କ ଭବିଷ୍ୟ ନିର୍ଣ୍ଣୟରେ ଦିଗହରା ହୋଇ ପଡୁଛନ୍ତି ଆଜିର ସଂଖ୍ୟାବହୁଳ ଅଭିଭାବକ । ଏକ ପକ୍ଷରେ ନିଜ ସନ୍ତାନର ସାମର୍ଥ୍ୟ ଓ ରୁଚି ଏବଂ ଅନ୍ୟପକ୍ଷରେ ଅନାଗତ ସମୟର ·ହିଦା ଓ ରୂପରେଖକୁ ଠିକ୍ ଭାବରେ ଆକଳନ କରି ନପାରି ବହୁ ସମୟରେ ଲକ୍ଷ୍ୟଭ୍ରଷ୍ଟ ହେଉଛନ୍ତି । ଫଳରେ ସମାଜ ଓ ଦେଶର ଭବିଷ୍ୟତ ତ ପ୍ରଭାବିତ ହେଉଛି ହିଁ କିନ୍ତୁ ସବୁଠାରୁ ଅଧିକ ବିପନ୍ନ ହୋଇପଡୁଛି ପାଳକ ପିତାମାତାଙ୍କ ଆକାଂକ୍ଷିତ ନିଜସ୍ୱ ଭବିଷ୍ୟତ । ନିଜ ହାତରେ ବସ୍ତୁବାଦୀ ଜୀବିକା-ପ୍ରବଣ ଓ ପରମ୍ପରା-ରହିତ ଦାୟାଦ ଗଢ଼ି, ବିବଶ ପିତାମାତା ନିଃସହାୟ ହେଉଛନ୍ତି ଆଉ ନିଜ ନିଜର ଭାଗ୍ୟକୁ ପରିବେଶ ଭରସାରେ ଅଥବା ରାଷ୍ଟ୍ର ଭରସାରେ କିମ୍ବା ଶେଷରେ ଭଗବାନଙ୍କ ଭରସାରେ ସମର୍ପି ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଯୁବପିଢ଼ିକୁ ମୂଲ୍ୟବୋଧ ଆଉ ମାଟି ମନସ୍କ କରେଇବାର ପ୍ରୟୋଜନୀୟତା ହେତୁ ବୋଉ ଫାଉଣ୍ଡେସନ ଆରମ୍ଭ କରିଛି ପ୍ରୋଜେକ୍ଟ ପ୍ୟାରେଣ୍ଟିଂ । କାର୍ଯ୍ୟକ୍ରମ ଅବସରରେ ଶହେ ଶ୍ରେଷ୍ଠ କିଶୋରକିଶୋରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପୃକ୍ତ ଶହେଜଣ “ବିଉଟି ଅଫ୍ ୟୁନିଭର୍ସ (ବୋଉ) – ମାଇଁ ମଦର’ ଶୀର୍ଷକ ଅନୁଚ୍ଛେଦ ଲିଖନ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିଲେ । (ଏସ୍‌ପି)

Leave a Reply

Your email address will not be published.